/odishatv-khabar/media/post_attachments/uploadimage/library/16_9/16_9_0/4-5_1626764751.jpg)
4
ଭୁବନେଶ୍ୱର: ମହିଳାଙ୍କ ବିରୋଧରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଏବଂ କଂଗ୍ରେସ ଆପତ୍ତି ଉଠାଇଛି।
Advertisment
ଗତ ଦୁଇ ଦିନ ହେଲା ମହିଳାଙ୍କ ବିରୋଧରେ ମହାରଥୀଙ୍କ ଏକ ଅରୁଚିକର ମନ୍ତବ୍ୟ ଥିବା ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ମନ୍ତ୍ରୀ, କେଉଁ ପରିସ୍ଥିତିରେ କାହିଁକି ଏଭଳି ମନ୍ତବ୍ୟ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।
ଏଭଳି ମନ୍ତବ୍ୟ ପାଇଁ ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା। ଅନ୍ୟପଟେ ମହାରଥୀ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ କହିଛି। ତେବେ ଏ ନେଇ ମନ୍ତ୍ରୀ ମହାରଥୀ କିମ୍ବା ବିଜେଡିର ଏଯାଏଁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)