Advertisment

ଶ୍ରେଣୀ ଗୃହରେ ମୋବାଇଲ୍‌ରେ ଗପିବା ମହଙ୍ଗା ପଡିଲା ଶିକ୍ଷକଙ୍କୁ

ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍‌ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍‌ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ମିଳିଥିବା ଏକ ଭିଡିଓରେ ଶ୍ରୀ ସାହୁ ଶ୍ରେଣୀ ଗୃହରେ ମୋବାଇଲ୍‌ରେ କଥା ହେଉଥିଲେ। ସ୍କୁଲ୍ ସମୟ ଭିତରେ ଅର୍ଥାତ୍ ଦିନ ପ୍ରାୟ ୧୧ଟା ବେଳେ ସେ ଶ୍ରେଣୀ ଗୃହରେ ଚୌକିରେ […]

author-image
Pradesh Pratyush
ଶ୍ରେଣୀ ଗୃହରେ ମୋବାଇଲ୍‌ରେ ଗପିବା ମହଙ୍ଗା ପଡିଲା ଶିକ୍ଷକଙ୍କୁ

teacher 1

ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍‌ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍‌ପେଣ୍ଡ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ମିଳିଥିବା ଏକ ଭିଡିଓରେ ଶ୍ରୀ ସାହୁ ଶ୍ରେଣୀ ଗୃହରେ ମୋବାଇଲ୍‌ରେ କଥା ହେଉଥିଲେ। ସ୍କୁଲ୍ ସମୟ ଭିତରେ ଅର୍ଥାତ୍ ଦିନ ପ୍ରାୟ ୧୧ଟା ବେଳେ ସେ ଶ୍ରେଣୀ ଗୃହରେ ଚୌକିରେ ବସି ଗପୁଥିବା ଦେଖିବାକୁ ମିଳିଥିଲା। ଆଉ ଛାତ୍ରଛାତ୍ରୀ ପାଠ ପଢ଼ିବା ପରିବର୍ତ୍ତେ ଖେଳକୁଦରେ ମାତି ଥିବା ଦେଖିବାକୁ ମିଳିଥିଲା। ଏମିତିକି ଏ ବିଷୟରେ ପଚରାଯିବାରେ ଶ୍ରୀ ସାହୁ ସଫେଇ ଦେଇ କହିଥିଲେ ଯେ ସେ ନିୟମିତ ଠିକ୍ ଭାବେ ପିଲାଙ୍କୁ ପଢ଼ାନ୍ତି। ସ୍କୁଲ୍‌ର ଅନ୍ୟ ସମସ୍ତ କର୍ମଚାରୀ ବି ମୋବାଇଲ୍ ନେଇ ଆସୁଛନ୍ତି। ଏପରିକି ତାଙ୍କ ଟଚ୍ ସ୍କ୍ରିନ୍ ମୋବାଇଲ୍ ନାହିଁ ବୋଲି କହିଥିଲେ।

ଏ ଘଟଣା ସମ୍ପର୍କରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର କହିଛନ୍ତି, “ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମୁରଲୀଧର ସାହୁ  ମୋବାଇଲ୍‌ରେ ବ୍ୟସ୍ତଥିବା ବେଳେ ଛାତ୍ରଛାତ୍ରୀମାନେ କ୍ଲାସ୍‌ ରୁମ୍‌ରେ ବୁଲୁଥିବା ନେଇ ଆଜି ଏକ ଗଣମାଧ୍ୟମରେ ଖବର ଦେଖିଲି। ସେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ତାଙ୍କୁ ସସ୍‌ପେଣ୍ଡ୍ କରାଯାଇଛି।”

Advertisment
Advertisment
Advertisment