/odishatv-khabar/media/post_attachments/uploadimage/library/16_9/16_9_0/susanta_1626696464.jpg)
susanta
ଭୁବନେଶ୍ୱର: ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯିବ କାମ । କର୍ମସଂସ୍ଥାନ ନେଇ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଶ୍ରମିକମାନଙ୍କ ଦକ୍ଷତା ଅନୁଯାୟୀ ତାଙ୍କୁ କାମ ଦିଆଯିବ, ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ସୁବାସ ସିଂ
Advertisment
ରାଜ୍ୟ ବାହାରୁ ଏ ଯାଏଁ ୩ ଲକ୍ଷ ପ୍ରବାସୀ ଶ୍ରମିକ ଆସିଛନ୍ତି । ଶ୍ରମିକମାନେ କେଉଁ କ୍ଷେତ୍ରରେ କି କାମ କରୁଥିଲେ ତାର ସବିଶେଷ ତଥ୍ୟ ନିଆଯାଉଛି । ସେହି ଅନୁଯାୟୀ ସେମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି ସୁବାସ ସିଂ କହିଛନ୍ତି । ଏଥିଲାଗି ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ସର୍ଭେ କାମ ମଧ୍ୟ ଆରମ୍ଭ ହୋଇସାରିଲାଣି ।
ଅନ୍ୟପଟେ ଏମ୍ଜିଏନ୍ଆର୍ଇଜିଏରେ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁବାସ ଦାବି କରିଛନ୍ତି । ଏ ନେଇ କେନ୍ଦ୍ର ସରକାର ବିଚାର କରିବା ଆବଶ୍ୟକ ବୋଲି ସୁବାସ କହିଛନ୍ତି। ତେବେ ମ୍ଜିଏନ୍ଆର୍ଇଜିଏରେ ଦକ୍ଷତା ଭିତ୍ତିକ କାମ ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୁବାସ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)