Advertisment

ପ୍ରବାସୀଙ୍କ ଲୁହରେ ଭିଜିଲା କ୍ୱାରେଣ୍ଟିନ୍‌ ସେଣ୍ଟର

ପଟ୍ଟାମୁଣ୍ଡାଇ: ସଙ୍ଗରୋଧ କେନ୍ଦ୍ରରୁ ଘରକୁ ବାହୁଡିବା ବେଳେ କାନ୍ଦିଲେ ଅନ୍ତେବାସୀ । କ୍ୱାରେଣ୍ଟିନ ଅବଧି ସାରି କେନ୍ଦ୍ର ଛାଡିବା ବେଳେ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । କିଏ କାନ୍ଦୁଛି ତ ଆଉ କିଏ ସରପଞ୍ଚଙ୍କୁ କୁଣ୍ଡାଇ ପକାଉଛି । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ପଞ୍ଚାୟତର ଅମୃତ ମଣୋହି ନୋଡାଲ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ। ୧୪ଦିନ ସଙ୍ଗରୋଧ କେନ୍ଦ୍ରରୁ ରହିବା ପରେ ଘରକୁ ଫେରିବା ସମୟରେ ନିଜ କୋହକୁ […]

author-image
Mahasweta Baral
ପ୍ରବାସୀଙ୍କ ଲୁହରେ ଭିଜିଲା କ୍ୱାରେଣ୍ଟିନ୍‌ ସେଣ୍ଟର

prabashiii

ପଟ୍ଟାମୁଣ୍ଡାଇ: ସଙ୍ଗରୋଧ କେନ୍ଦ୍ରରୁ ଘରକୁ ବାହୁଡିବା ବେଳେ କାନ୍ଦିଲେ ଅନ୍ତେବାସୀ । କ୍ୱାରେଣ୍ଟିନ ଅବଧି ସାରି କେନ୍ଦ୍ର ଛାଡିବା ବେଳେ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । କିଏ କାନ୍ଦୁଛି ତ ଆଉ କିଏ ସରପଞ୍ଚଙ୍କୁ କୁଣ୍ଡାଇ ପକାଉଛି । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ପଞ୍ଚାୟତର ଅମୃତ ମଣୋହି ନୋଡାଲ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ।

Advertisment

୧୪ଦିନ ସଙ୍ଗରୋଧ କେନ୍ଦ୍ରରୁ ରହିବା ପରେ ଘରକୁ ଫେରିବା ସମୟରେ ନିଜ କୋହକୁ ସମ୍ଭାଳି ପାରିନଥିଲେ ଅନ୍ତେବାସୀ । କରୋନା ପାଇଁ ଆଳି, ମହାକାଳପଡା, ରାଜନଗର ଆଦି ଅଞ୍ଚଳର ଲୋକେ ରାଜ୍ୟ ବାହାରୁ ଆସିବା ପରେ ଏଠାରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିଲେ। ହେଲେ ଘରକୁ ଫେରିବା ବେଳକୁ ସରପଞ୍ଚ କୁଳମଣି ମଲ୍ଲିକଙ୍କ ସହ ପ୍ରବାସ ଫେରନ୍ତା ବି କାନ୍ଦି ପକାଇଥିଲେ।

ଏହି କ୍ୱାରେଣ୍ଟିନ କେନ୍ଦ୍ରରେ ପ୍ରବାସୀଙ୍କ ଲାଗି ସରପଞ୍ଚ ସମସ୍ତ ସୁବିଧା କରିଥିଲେ ବୋଲି କହିଛନ୍ତି ପ୍ରବାସୀ। ଏମିତିକି ସରପଞ୍ଚ ନିଜସ୍ୱ ଅର୍ଥ ବ୍ୟୟରେ ସ୍ୱତନ୍ତ୍ର ଗାଡିରେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇଥିବା ଜଣାପଡିଛି ।

Advertisment
Advertisment
Advertisment