/odishatv-khabar/media/media_files/2026/01/16/migrant-worker-missing-for-eight-months-2026-01-16-21-10-21.jpg)
ଆଠମାସ ହେଲା ସ୍ୱାମୀ ନିଖୋଜ Photograph: (OTV)
ଆଠମାସ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ ପରେ ବି ମିଳୁନି ଖୋଜ ଖବର। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗାଁରେ l ଡ଼ଙ୍ଗାପାଳ ଗ୍ରାମର ରତନା ପାତ୍ରଙ୍କୁ ଡିହଯୋଡି ସାହିର ଲକ୍ଷ୍ମୀଧର ପାତ୍ର ଓ ତାଙ୍କ ପୁଅ ଲୁଲୁପାତ୍ର ତାମିଲନାଡୁର ଏକ କମ୍ପାନୀରେ କାମ କରିବାକୁ କହି ଘରୁ ଡାକିନେଇଥିଲେ l
ଘରୁ ଯିବାର କୋଡିଏ ଦିନ ପର୍ଯ୍ୟନ୍ତ ରତନାଙ୍କ ସହ ପବରୀ ଫୋନ ଯୋଗେ କଥା ହୋଇଥିବା ବେଳେ ପରେ ତାଙ୍କ ସହ ଆଉ କୌଣସି ଯୋଗାଯୋଗ କରି ପାରିନଥିଲେ l ପବରୀ ତାଙ୍କ ସ୍ୱାମୀଙ୍କ ବିଷୟରେ ଲକ୍ଷ୍ମୀଧର ଓ ତାଙ୍କ ପୁଅ ଲୁଲୁଙ୍କୁ ପଚାରିବାରୁ ସେ ଘରକୁ ଫେରିଯାଇଥିବା କହିଥିଲେ।
ଏନେଇ କଙ୍କଡାହାଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ସ୍ତ୍ରୀ ପବରି l କିନ୍ତୁ ଅଭିଯୋଗକୁ ପ୍ରାୟ ଆଠମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରତନାଙ୍କ ବିଷୟରେ କୌଣସି ସୂଚନା ପାଇନାହାନ୍ତି ପବରୀ l ଯାହାକୁ ନେଇ ସ୍ୱାମୀଙ୍କୁ ଖୋଜି ଆଣିବାକୁ ସରକାରଙ୍କୁ ଗୁହାରି କରିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)