Advertisment

'ସରକାର ତୁମେ ଶୋଇଛ କାହିଁ, ଆମ ଦୁଃଖ ବୁଝିବ କିଏ ?'

ଭୁବନେଶ୍ୱର: ଭୁବନେଶ୍ୱରରେ ପଥପ୍ରାନ୍ତ ନାଟକ ମହାସଂଘର ନୀରବ ବିକ୍ଷୋଭ କରୋନା ଯୋଗୁଁ ଦୀର୍ଘ ୮ ମାସ ଧରି କଳାକାର ମାନଙ୍କ ଦୁଃଖ ବଢିଯାଇଛି। ଜୀବନ ଜୀବିକା ଉଜୁଡ଼ି ଯାଇଛି। ସେମାନଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତଥା କଳାକାରମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ। #ଆଖିଖୋଲି_ଦେଖ_ସରକାର'କଳା ପ୍ରଦର୍ଶନ କରି ପେଟ ପୋଷିବାକୁ ସୁଯୋଗ ଦିଅ।' ଆଜି ଏମିତି ଦାବିରେ ନିରବରେ ରାସ୍ତାକୁ ଓହ୍ଲାଇଛି ‘ଓଡ଼ିଶା ପଥପ୍ରାନ୍ତ ନାଟକ ମହାସଂଘ’। ଭୁବନେଶ୍ୱରରେ ସେମାନେ କରିଥିବା ନିରବ ବିରୋଧର ଇଏ […]

author-image
Minati Mishra
ଅଦ୍ୟତନ ହୋଇଛି
'ସରକାର ତୁମେ ଶୋଇଛ କାହିଁ, ଆମ ଦୁଃଖ ବୁଝିବ କିଏ ?'

prtest2

ଭୁବନେଶ୍ୱର: ଭୁବନେଶ୍ୱରରେ ପଥପ୍ରାନ୍ତ ନାଟକ ମହାସଂଘର ନୀରବ ବିକ୍ଷୋଭ କରୋନା ଯୋଗୁଁ ଦୀର୍ଘ ୮ ମାସ ଧରି କଳାକାର ମାନଙ୍କ ଦୁଃଖ ବଢିଯାଇଛି। ଜୀବନ ଜୀବିକା ଉଜୁଡ଼ି ଯାଇଛି। ସେମାନଙ୍କ ଜୀବନ ଜୀବିକା କିଭଳି ସୁରକ୍ଷିତ ରହିବ ତଥା କଳାକାରମାନେ ପୁଣିଥରେ ରୋଜଗାରକ୍ଷମ ହୋଇପାରିବେ।

Advertisment

https://twitter.com/otvkhabar/status/1328959599249137669?s=20

ସେଥିପାଇଁ ନିଆରା ଢଙ୍ଗରେ ପ୍ରତିବାଦ କରୁଛନ୍ତି। ଶତାଧିକ କଳାକାର ଭିନ୍ନ ଭିନ୍ନ ଚରିତ୍ରରେ ସଜ୍ଜିତ ହୋଇ ନିଜ ପେଟପାଟଣା ପାଇଁ ସରକାରଙ୍କ ନିକଟରେ ଅଭିନବ ଉପାୟରେ ଦାବି ଉପସ୍ଥାପନ କରୁଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଛକରୁ ସଙ୍ଗୀତ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଚାଲିଛି।

ନୀରବ ପ୍ରଦର୍ଶନ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ୫୦ରୁ ଅଧିକ ପଥପ୍ରାନ୍ତ ନାଟକ ଦଳ ସାମିଲ ହୋଇଛନ୍ତି। ଆଗାମୀ ୧୫ ଦିନ ଭିତରେ ପଥପ୍ରାନ୍ତ ନାଟକ କରିବାକୁ ସୁଯୋଗ ଦିଆନଗଲେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଘ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି।

Advertisment
Advertisment
Advertisment