/odishatv-khabar/media/post_attachments/uploadimage/library/16_9/16_9_0/rajendra-123_1626760584.jpg)
rajendra
ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ନିର୍ବାଚନକୁ ନେଇ ସାରାଦେଶରେ ଏବେ ରାଜନୀତି ସରଗରମ ରହିଛି। ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀମାନେ ଘନଘନ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ମାରିଛନ୍ତି। ହେଲେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢୁଥିବା ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେଣ୍ଡ୍ରୁକାଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା।
Advertisment
ନିର୍ବାଚନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାଙ୍କ ପାଖରେ ମାତ୍ର ୬୦ଟଙ୍କା ରହିଛି। ଆଉ ଏବେ ସେ ଖୋଲିଥିବା ନୂଆ ବ୍ୟାଙ୍କ ଖାତାରେ ୫ଶହ ଟଙ୍କା ଜମା କରିଛନ୍ତି।
୨୦୧୨ରେ ମାଓବାଦୀ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସେ ସାମିଲ ହୋଇଛନ୍ତି। ଆଉ ତା’ପରଠୁ ଜଳ, ଜଙ୍ଗଲ, ଜମି ଅଧିକାର ଦାବି ନେଇ ସେ ଆନ୍ଦୋଳନ କରି ଆସୁଛନ୍ତି। ଲୋକଙ୍କ ସମର୍ଥନରେ ସେ ନିର୍ବାଚନରେ ନିଶ୍ଚୟ ଜିତିବେ ବୋଲି ଓଟିଭିକୁ ଏକ ସାକ୍ଷାତକାରରେ କହିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)