2
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍କୁ ଗାଧୋଇବାକୁ ଯାଇ ବୁର୍ଲା ମେଡିକାଲ କଲେଜର ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ ସିଂ। ସେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଥିଲେ। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।
ଗତକାଲି ସେ ତାଙ୍କ ସାଙ୍ଗମାନଙ୍କ ସହ ଡ୍ୟାମ୍କୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗମାନେ ସୁମିତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ସଫଳ ହୋଇପାରି ନଥିଲେ।
ଏନେଇ ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ସୁମିତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।
ବୁର୍ଲା ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-1_1626757160.jpg)