Advertisment

୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡକୁ ନେଇ ଭଞ୍ଜ ସେନା ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି। ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୩ଟା ଯାଏ ଚାଲିବ। ଭଞ୍ଜ ସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଭଞ୍ଜ ସେନାର […]

author-image
Rajalaxmi Sahoo
୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

Mayurbhanj Shuts Down

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡକୁ ନେଇ ଭଞ୍ଜ ସେନା ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି। ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୩ଟା ଯାଏ ଚାଲିବ। ଭଞ୍ଜ ସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି।

Advertisment

ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଭଞ୍ଜ ସେନାର କର୍ମୀ ଆହ୍ୱାନ କରିଛନ୍ତି। ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି। ଜୈବ ମଣ୍ଡଳର ସୁରକ୍ଷା ପାଇଁ କେହି ଚିନ୍ତା କରୁନଥିବା ଉଭୟ ଭଞ୍ଜ ସେନା ଓ କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି।

ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ବନ ବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ବି ଶିମିଳିପାଳରେ ଅଛନ୍ତି। ତଥାପି ନା ଆୟତ୍ତକୁ ଆସିପାରୁଛି ବନାଗ୍ନି, ନା ବଞ୍ଚାଇ ହେଉଛି ଶିମିଳିପାଳର ସବୁଜିମା। ୨୦ଟି ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଫଳରେ ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ମୟୂରଭଞ୍ଜ ଜିଳ୍ଲାପାଳ, ଏସ୍‌ପିଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି। ଶିମିଳିପାଳ ଅଗ୍ନିକାଣ୍ଡ ନେଇ ରାଜସ୍ୱ ମନ୍ତ୍ରୀ ବାରିପଦାରେ ଏକ ସମୀକ୍ଷା କରିଛନ୍ତି।

Advertisment
Fire In Similipal Forest
Advertisment
Advertisment