/odishatv-khabar/media/post_attachments/uploadimage/library/16_9/16_9_0/colector_1622547685.jpg)
colector
- କୋଭିଡ୍ ହସ୍ପିଟାଲ୍ରେ ଦୟନୀୟ ସ୍ଥିତି ପ୍ରସଙ୍ଗ
- ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିଲା ଜିଲ୍ଲାପ୍ରଶାସନ
- ହସ୍ପିଟାଲରେ ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ ପରେ ଆସିଲା ପ୍ରତିକ୍ରିୟା
ବାରିପଦା (ମାନିକଲାଲ୍ ପାଣି): ବାରିପଦା କିମ୍ସ କୋଭିଡ୍ ହସ୍ପିଟାଲରେ ଦୟନୀୟ ସ୍ଥିତିର ଭିଡିଓ ଭାଇରାଲ୍ ହେବା ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ହସ୍ପିଟାଲ୍ ଯାଇ ସ୍ଥିତି ସମୀକ୍ଷା କରିବା ପରେ ଅଭିଯୋଗକୁ ମିଥ୍ୟା ଓ ନିରାଧାର ବୋଲି କହିଥିଲା ଜିଲ୍ଲା ପ୍ରଶାସନ। ଏକ ପ୍ରେସ୍ ରିଲିଜରେ କୁହାଯାଇଥିଲା ଯେ ତଦନ୍ତରୁ ହସ୍ପିଟାଲରେ ଚିକିତ୍ସାକୁ ନେଇ ପ୍ରାୟ ସମସ୍ତ ରୋଗୀ ସନ୍ତୁଷ୍ଟ ଅଛନ୍ତି। ତେବେ ଜଣେ ରୋଗୀଙ୍କ ଅବହେଳା ସଂପର୍କରେ ସୋସିଆଲ୍ ମିଡିଆରେ ଅଭିଯୋଗ ଉଠିଛି, ସଂପୃକ୍ତ ରୋଗୀଙ୍କ ସ୍ନାୟୁଗତ ସମସ୍ୟା ଥିଲା। ହସ୍ପିଟାଲ୍ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ତାଙ୍କ ବେଡକୁ ବାରମ୍ବାର ନିଆଯାଉଥିଲା ଏବଂ ଡାକ୍ତର ଓ ନର୍ସଙ୍କ ପକ୍ଷରୁ ସଂପୃକ୍ତ ରୋଗୀଙ୍କୁ ସମସ୍ତ ଯତ୍ନ ଓ ସହାୟତା ଯୋଗାଇ ଦିଆଯାଉଥିବା ନେଇ ସ୍ପଷ୍ଟ କରିଥିଲା ଜିଲ୍ଲାପ୍ରଶାସନ।
ସେପଟେ ବାରିପଦାର ଏକ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରସଙ୍ଗକୁ ନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧୀ ଦଳ। ବିଜେପି ଜିଲ୍ଲା ସଭାପତି କାନ୍ଦରା ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ଟିମ୍। ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଘଟଣାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏହି ଟିମ୍। ଏଥିସହ ମେଡିକାଲରେ ସିସିଟିଭି ଲଗାଇବାକୁ ଦାବି ଜଣାଇଛି ବିଜେପି ଟିମ୍ଏ। ଏପଟେ ବାରିପଦା କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ପ୍ରସଙ୍ଗରେ DMET ସିବିକେ ମହାନ୍ତି କହିଛନ୍ତି, ଘଟଣା ସାମ୍ନାକୁ ଆସିଛି। ଏହା ଅନୁସନ୍ଧାନ ସାପେକ୍ଷ, ଏନେଇ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରୁଛି। ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଏହା ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନର ଦାୟିତ୍ୱ, ସେମାନେ ପଦକ୍ଷେପ ନେବେ ବୋଲି କହିଛନ୍ତି ଡିଏମଇଟି।
ତେବେ ରାଜ୍ୟରେ ପୁଣି ଥରେ ସଂକ୍ରମଣ ଉପରମୁହାଁ ରହିଛି, ଯାହାକୁ ନେଇ ଚିନ୍ତା ବଢୁଛି। ଗତ ୨୪ ଘଂଟାରେ ଆଜିର ତାଲିକାକୁ ଦେଖିଲା ପରେ ଖୋର୍ଦ୍ଧା ଜିଲ୍ଲାକୁ ନେଇ ପୁଣି ଚିନ୍ତା ବଢିଛି। ଆଜି ବି ଖୋର୍ଦ୍ଧା ଉପରେ ରହିଛି ଏବଂ ସଂକ୍ରମିତଙ୍କ ତାଲିକା ୧୦୦୦ରୁ ଅଧିକ ରହିଛି। ଆଜି ଏହି ଜିଲ୍ଲାରୁ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଆଜି ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍ସିଂହପୁରରୁ ୩୮୨, ଜାଜପୁରରୁ ୫୦୭, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)