/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error186_1626168831.jpg)
matric exam
ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
Advertisment
ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।
ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯିବ। କିପରି ମୂଲ୍ୟାୟନ ଠିକ୍ ଭାବରେ ହେବ, ସେନେଇ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଅବଗତ କରାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)