/odishatv-khabar/media/post_attachments/uploadimage/library/16_9/16_9_0/matric-results-1_1625151467.jpg)
matric results
ଭୁବନେଶ୍ୱର: ଜୁଲାଇ ୩୦ରୁ ମାଟ୍ରିକ୍ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । ଏହା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟକ ଦିନ ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ହେଲେ କେବଳ ଗଣିତ ପରୀକ୍ଷା ୧୨ଟା ୧୫ ପର୍ଯ୍ୟନ୍ତ ଚାଲିବ ।
ଏନେଇ ଆଜି ବୋର୍ଡ ପକ୍ଷରୁ ଟାଇମ୍ଟେବୁଲ୍ ପ୍ରକାଶ ପାଇଛି । ଅଫ୍ଲାଇନ୍ ପରୀକ୍ଷା ପାଇଁ ଆସନ୍ତା ୫ ତାରିଖରୁ ଅନ୍ଲାଇନ୍ ଫର୍ମଫିଲପ୍ ଆରମ୍ଭ ହେବ । ଜୁଲାଇ ୫ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ। ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ଛାଡ଼ କରାଯାଇଛି । ଚଳିତ ଥରର ମାଟ୍ରିକ ରେଜଲ୍ଟରେ ରେକର୍ଡ ପରିମାଣରେ ପାସ୍ କରିଥିଲେ ଛାତ୍ରଛାତ୍ରୀ । ଏଥର ୯୭ ଦଶମିକ ୮୯ ପ୍ରତିଶତ ପିଲା ପାସ୍ କରିଛନ୍ତି । ପରୀକ୍ଷା ଦେଇଥିଲେ ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ । ତାମଧ୍ୟରୁ ୫ଲକ୍ଷ ୬୨ ହଜାର ୧୦ ଜଣ ପିଲା ପାସ୍ କରିଥିଲେ । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।
ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ପିଲା, କରୋନାର ସ୍ଥିତି ସ୍ୱାଭାବିକ ହେଲେ ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି କହିଥିଲେ ବୋର୍ଡ କର୍ତ୍ତୃପକ୍ଷ । ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ହୋଇନଥିଲା । ସେଥିପାଇଁ ବିନା ପରୀକ୍ଷା ଗତ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)