Advertisment

Massive ED Raids in Ganjam: ଆଲମାରୀ ଭର୍ତ୍ତି ବଣ୍ଡଲ ବଣ୍ଡଲ କ୍ୟାସ୍, ବାଟି ବାଟି ସଂପତ୍ତି; କଳାଧନର ପାହାଡ଼ ଦେଖି ତାଜୁବ୍ ଇଡି ଅଧିକାରୀ

ଆଲମାରୀ ଭର୍ତ୍ତି ବଣ୍ଡଲ ବଣ୍ଡଲ କ୍ୟାସ୍, ବାଟି ବାଟି ସଂପତ୍ତି। ଟେରା କରୁଛି ଗଞ୍ଜାମରେ ବିଜେଡି ନେତା ହୃଷୀକେଶଙ୍କ ସଂପତ୍ତି। ହୃଷୀକେଶ ପାଢ଼ୀଙ୍କ ସହ ୬ ଜଣଙ୍କ ଘରେ ରେଡ୍।

author-image
Pramod Behera
Massive ED Raids in Ganjam

ଆଲମାରୀ ଭର୍ତ୍ତି ବଣ୍ଡଲ ବଣ୍ଡଲ କ୍ୟାସ୍ Photograph: (OTV)

ଗଞ୍ଜାମ ଜିଲ୍ଲାରେ ଇଡିର ବଡ଼ ରେଡ୍। ଏକାଥରକେ ୬ ବ୍ୟବସାୟୀଙ୍କ ଘରେ ଖାନ ତଲାସୀ କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ। ବିଜେଡି ନେତା ହୃଷିକେଶ ପାଢୀଙ୍କ ଶେରଗଡ଼ ଘରେ ରେଡ୍ ବେଳେ ଆଲମିରା ଭର୍ତ୍ତି ନୋଟ୍ ଦେଖି ତାଜୁବ ତଦନ୍ତକାରୀ ଟିମ୍। ବାଲି ମାଫିଆଙ୍କ କଳାଧନ ଠୁଳ ଲିଙ୍କରେ ରାଜ୍ୟର ୨୦ଟି ସ୍ଥାନରେ ଏହି ରେଡ୍ ଚାଲିଥିବା ଜଣାପଡିଛି।

Advertisment

ଆଲମାରିରେ ୫ ଶହ ଟଙ୍କିଆ ଖଡଖଡିଆ ନୋଟ୍ ଭର୍ତ୍ତି। ଗଞ୍ଜାମ ଜିଲ୍ଲା ଶେରଗଡର ବିଜେଡି ନେତା ହୃଷିକେଶ ପାଢୀଙ୍କ ଘରେ ଇଡି ରେଡ୍ ବେଳେ ସାମ୍ନାକୁ ଆସିଛି ଏହି ଆଲମିରା ଭର୍ତ୍ତି ନଗଦ ଟଙ୍କା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ହଷିକେଶଙ୍କ ସମେତ ଗଞ୍ଜାମ ଜିଲ୍ଲାର ୬ ଜଣଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରେଡ୍ କରିଛି । ଇଡିର ୩ ଜଣିଆ ଟିମ୍ ହୃଷିକେଶଙ୍କ ଶେରଗଡ଼ ସ୍ଥିତ ବାସଭବନ, ପେଟ୍ରୋଲ ପମ୍ପ, ଓ ଟିଭିଏସ ସୋ ରୁମ୍ ରେ ଚଢାଉ କରିଛନ୍ତି । 

ସେହିପରି ତାଙ୍କ ପୁଅ ସଚିନ ପାଢ଼ୀଙ୍କ ବ୍ରହ୍ମପୁର ଜୟପ୍ରକାଶ ନଗର ଓ ଅମ୍ବିକାନଗର ସ୍ଥିତ ବାସଭବନରେ ବି ଖାନତଲାସୀ କରିଛି ଇଡି । ଆଉ ସେଠାରୁ ମିଳିଥିବା ବାଟି ବାଟି ସମ୍ପତି କୋଟି କୋଟି ଟଙ୍କା ଦେଖି ତାଜୁବ ତଦନ୍ତକାରୀ ଦଳ । ଏ ଦୁଇ ଜଣଙ୍କ ସହ ମଦ ବ୍ୟବସାୟୀ ଭଗବାନ ସାହୁ, ବିଶ୍ୱନାଥ ପାତ୍ର, ସୁନିଲ ପାତ୍ରଙ୍କ ସମେତ ୬ ଜଣଙ୍କ ଘରେ ଛାପା ମାରିଛି ଇଡି । ବ୍ରହ୍ମପୁର, ଆସିକା ଓ ଶେରଗଡ଼ର ପାଖାପାଖି ୧୬ଟି ସ୍ଥାନରେ ଚାଲିଛି ରେଡ । କେବଳ ଗଞ୍ଜାମ ନୁହେଁ ଭୁବନେଶ୍ବର, କଟକ ସମେତ ୨୦ ଟି ସ୍ଥାନରେ ବ୍ୟାପକ ଚଢାଉ କରାଯାଇଥିବାର ସୂଚନା ମିଳିଛି । 

Advertisment


ବେଆଇନ ବାଲି ଚାଲାଣ ଲିଙ୍କ ଅଭିଯୋଗରେ ଏହି ରେଡ୍ ହେଉଥିବା କୁହାଯାଉଛି । ବର୍ଷ ବର୍ଷ ଧରି ବେଆଇନ ଭାବେ ଏବେ ରାଜ୍ୟର ବହୁ ବାଲି ଘାଟ ମାଫିଆଙ୍କ କବଜାରେ ରହିଛି । ଏମାନେ ପ୍ରଭାବ ବିସ୍ତାର କରିବା ସହ ଠୁଳ କରିଛନ୍ତି କୋଟି କୋଟି ଟଙ୍କାର କଳାଧନ । 

ଏପରିକି ମିଠା ଦୋକାନୀ, ଦିନ ମଜୁରିଆ, ଟ୍ରାକ୍ଟର ଡ୍ରାଇଭରଙ୍କ ନାମରେ ବାଲି ଘାଟ ନିଲାମ ନେଇ ବର୍ଷ ବର୍ଷ ଧରି ମାଫିଆ ମାନେ କୋଟି କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ଯାହାର ପ୍ରମାଣ ପାଇବା ପରେ ଇଡି ପକ୍ଷରୁ ଆରମ୍ଭ ହୋଇଛି ଆକ୍ସନ । କୁହାଯାଉଛି ରାଜ୍ୟର ପାଖାପାଖି ୫୦ ଜଣ ବାଲି ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ଯେଉଁମାନଙ୍କ ଉପରେ ଖୁବଶୀଘ୍ର ରେଡ ହେବା ନେଇ ମିଳିଛି ସୂଚନା । 


ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିବା ଏହି ରେଡ ଖବର ଲେଖାହେବା ବେଳକୁ ଶେଷ ହୋଇ ନଥିବା ବେଳେ ଜବତ ଟଙ୍କା ଓ ସମ୍ପତିର ଆକଳନ ସରି ନାହିଁ। 

Odisha News ED ED Raid
Advertisment
Advertisment