/odishatv-khabar/media/post_attachments/uploadimage/library/16_9/16_9_0/jawan_1625339208.jpg)
jawan
କନ୍ଧମାଳ: କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ବିରୋଧୀ ଅପରେସନ ବେଳେ ସହିଦ ହୋଇଥିବା ୨ ଯବାନଙ୍କ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସଂପନ୍ନ ହୋଇଛି। ମୟୂରଭଂଜ ଜିଲ୍ଲାର ସହିଦ ଯବାନ ସୁଧୀର ଟୁଡୁଙ୍କ ଶେଷ କୃତ୍ୟ ତାଙ୍କ ଜନ୍ମମାଟି ଶୁଳିଆପଦା ଥାନା ଭଜୁଆଶୋଳ ଗାଁରେ ଶୋକାକୂଳ ପରିବେଶରେ ସମ୍ପନ୍ନ ହୋଇଥିଲା।
ଶେଷକୃତ୍ୟ ବେଳେ ସହିଦଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ସେପଟେ ସହିଦଙ୍କ ମାଆଙ୍କୁ ୧୬ ଲକ୍ଷର ଅନୁକଂପା ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି। ସେହିପରି ଅନୁଗୁଳ କିଶୋରନଗର ବ୍ଲକ ଅଙ୍ଗପଡ଼ା ଗାଁର ଏସଓଜି ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସଂପନ୍ନ ହୋଇଛି।
ଗତକାଲି ରାତି ସାଢ଼େ ୮ଟାରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ଶତାଧିକ ଗ୍ରାମବାସୀ ସହିଦଙ୍କ ଶେଷ ଦର୍ଶନ କରିଥିଲେ। ଆଜି ସକାଳେ ନିଜ ଜନ୍ମମାଟିରେ ସହିଦ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବୁଧବାର ମାଓ ବିରୋଧୀ ଅପରେସନ ବେଳେ ଦେବାଶିଷ ସହିଦ ହୋଇଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପରିବାରକୁ ଆଶ୍ୱାସନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)