Advertisment

ଲାଗିଲା ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର

ବାଲିଗୁଡ଼ା( ଅଜିତ୍ ନାୟକ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ମାଓବାଦୀଙ୍କ ଓଡ଼ିଶା ଶାଖା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ବ୍ୟାନରରେ  ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍କେଖ ରହିଛି। ଏହା ବ୍ୟତୀତ ନେତାଙ୍କୁ ପୋଷ୍ଟରରେ […]

ଲାଗିଲା ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର

baliguda

Advertisment

ବାଲିଗୁଡ଼ା( ଅଜିତ୍ ନାୟକ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ମାଓବାଦୀଙ୍କ ଓଡ଼ିଶା ଶାଖା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

Advertisment

ବ୍ୟାନରରେ  ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍କେଖ ରହିଛି। ଏହା ବ୍ୟତୀତ ନେତାଙ୍କୁ ପୋଷ୍ଟରରେ କଡ଼ା ଭାଷାରେ ସମାଲୋଚନା କରିବା ସହ ଭୋଟ ମାଗିବାକୁ ନେତା ଆସିଲେ ତାଙ୍କୁ ମାରିବାକୁ ଧମକ ଦିଆଯାଇଛି।

କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଏଭଳି ଧମକପୂର୍ଣ୍ଣ ଚିଠି ଏବଂ ବ୍ୟାନର ଲାଗିବା ପରେ ଉଭୟ ନେତା ଓ ଭୋଟରଙ୍କ ମଧ୍ୟରେ ଛନକା ପଶିଛି।

Advertisment

ମାଓ କ୍ୟାମ୍ପ ଠାବ

ଅନ୍ୟପକ୍ଷରେ କନ୍ଧମାଳର କୋଟଗଡ଼ ଥାନା ଅଞ୍ଚଳରୁ ମାଓ କ୍ୟାମ୍ପ ଠାବ କରାଯାଇଛି। ସିଆରପିଏଫ୍‌ ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ରଢ଼ା ଓ ହାତୀପେଡ଼ା ଜଙ୍ଗଲରୁ ଏହି ମାଓ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। କମ୍ବିଂ ବେଳେ କ୍ୟାମ୍ପରେ ଥିବା ମାଓବାଦୀ ଛତ୍ରଭଙ୍ଗ ଦେଇ ପଳାଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ