/odishatv-khabar/media/post_attachments/uploadimage/library/16_9/16_9_0/mao-1_1625183822.jpg)
mao
ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା। ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର ଠାବ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ବାହିନୀ ମୁକୁଡ଼ପାଲ୍ଲୀ ଓ ଗୋରାସେତୁ ପାଖରେ ମାଓବାଦୀମାନେ ମାଟି ତଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ପୋତି ରଖିଥିବା ସୂଚନା ମିଳିଥିଲା।
Advertisment
ଏହାପରେ ଏସ୍ଓଜି ଓ ବିଏସ୍ଏଫ୍ ମିଳିତ ଭାବେ ଚଢ଼ଉ ସହ ମାଟି ଖୋଳି ଅସ୍ତ୍ରଶସ୍ତ୍ରକୁ ଜବତ କରିଛନ୍ତି। ଏଥିରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ କ୍ଲମର ମାଈନ, ଗୋଟିଏ ଅକ୍ସିଜେନ ସିଲିଣ୍ଡର, ୮ଟି ଡିଟୋନେଟର, କୋଡେସ୍କ ତାର, ମାଓ ପତ୍ରିକା ପରି ଅନେକ ସାମଗ୍ରୀ ରହିଛି।
ପୋଲିସ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାକୁ ଏସବୁକୁ ମାଓବାଦୀମାନେ ରଖିଥିବା ସୂଚନା ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)