Advertisment

ମାଓ ଅପରେସନରେ ପୁଲିସକୁ ବଡ଼ ସଫଳତା

ମାଲକାନଗିରି : ମାଲକାନଗିରିରେ ମାଓ ଦମନ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ।  ଗୋଟିଏ ମେସିନଗନ, ୩ଟି ଇନସାସ ରାଇଫଲ୍, ଗୋଟିଏ ଷ୍ଟେନଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚଏଫ ସେଟ୍ କମ୍ ସ୍କାନର, ଟିଫିନ ବୋମା, ବିପୁଳ ମାଓ ପୁସ୍ତିକା ଓ ପୋଷାକ ସହ ବହୁ ସାମଗ୍ରୀ ଜବତ ହୋଇଛି । ଓଡ଼ିଶା ଇତିହାସରେ ଏହା ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ […]

author-image
Pradesh Pratyush
ମାଓ ଅପରେସନରେ ପୁଲିସକୁ ବଡ଼ ସଫଳତା

EQJ99XTUUAEwJ_m

ମାଲକାନଗିରି : ମାଲକାନଗିରିରେ ମାଓ ଦମନ ଅପରେସନରେ ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ।  ଗୋଟିଏ ମେସିନଗନ, ୩ଟି ଇନସାସ ରାଇଫଲ୍, ଗୋଟିଏ ଷ୍ଟେନଗନ୍, ବହୁ ପରିମାଣର ଗୁଳିଗୋଳା, ଭିଏଚଏଫ ସେଟ୍ କମ୍ ସ୍କାନର, ଟିଫିନ ବୋମା, ବିପୁଳ ମାଓ ପୁସ୍ତିକା ଓ ପୋଷାକ ସହ ବହୁ ସାମଗ୍ରୀ ଜବତ ହୋଇଛି ।

Advertisment

ଓଡ଼ିଶା ଇତିହାସରେ ଏହା ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏକ ପ୍ରେସମିଟ୍‌ରେ କହିଛନ୍ତି ପୁଲିସ ଡିଜି ଅଭୟ । ଡିଜିପିଙ୍କ ସୂଚନାନୁଯାୟୀ, ଗତ ଜାନୁଆରୀରେ ସ୍ୱାଭିମାନ ଅଞ୍ଚଳ ସହ ସାରା ମାଲକାନଗିରି ଜିଲ୍ଲାରେ ବଡ଼ ଧରଣର ଅପରେସନ ହୋଇଥିଲା । ଓଡ଼ିଶା ପୁଲିସ, କୋବ୍ରା ବାହିନୀ, ଆନ୍ଧ୍ର ପୁଲିସ, ବିଏସ୍ଏଫ୍, ସିଆର୍‌ପିଏଫ୍ ଏହି ଅପରେସନରେ ସାମିଲ ହୋଇଥିଲେ।  ମାଓବାଦୀମାନେ ମାଟି ତଳେ ବହୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ବେଳେ ଏସବୁ ଜବତ କରାଯାଇଥିଲା ।

Advertisment
Advertisment