Advertisment

ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା ମହାମାରୀ

ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି…

author-image
Chandan Shishu
ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା ମହାମାରୀ

similipal

ବାରିପଦା (ମାନିକ୍ ଲାଲ୍ ପାଣି): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁକୁ ଛୁଇଁଲା କରୋନା। ପ୍ରଥମ ଲହରରେ ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକ ଆକ୍ରାନ୍ତ ହୋଇଛନ୍ତି । ଗାଁ ଗାଁ ରେ ବୁଲୁଛି କୁଇକ୍ ରେସପଣ୍ଡ ଟିମର ଡାକ୍ତରୀଦଳ।  ସାରା ବିଶ୍ଵକୁ କବଳିତ କରିଥିବା କରୋନା ଏବେ ଶିମିଳିପାଳକୁ ମଧ୍ୟ ଛାଡି ନାହିଁ । ଶିମିଳିପାଳ ବଫର ଇଲାକା ଗାଁଗୁଡ଼ିକର ଲୋକମାନେ ଏବେ କରୋନା ଆକ୍ରାନ୍ତ ହୋଇସାରିଲେଣି । ସବୁଠାରୁ ଗୁରୁତର କଥା ହେଲା ଖାଲି ଆଦିବାସୀ ନୁହେଁ ବରଂ ଶିମିଳିପାଳର ଖଡିଆ ଜନଜାତିର ଲୋକମାନେ ଏବେ କୋରନା କବଳରେ ।

Advertisment

ସାଧାରଣତଃ ଲାଲପାଣି ଗାଁ ପରି ଗାଁର ଗୋଟିଏ ଘର ଯଦି ଏଠି, ଆଉ ଗୋଟିଏ ଘର ଜଂଗଲର ଆଉ ଗୋଟିଏ ଗଛ ତଳେ । ଛାଡି ଛାଡି ରହୁଥିବା ଆଦିବାସୀ ଖଡିଆ ଜନଜାତିର ଗାଁରେ ମଧ୍ୟ ଲୋକଙ୍କୁ କୋରନା କବଳରୁ ରକ୍ଷା ପାଇନାହାଁନ୍ତି । କରୋନାର ପ୍ରଥମ ଲହର ଏହି ଗାଁ ରେ ପହଞ୍ଚି ନ ଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ପରିବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଲାଲପାଣି ଗାଁର ଜଣେ ବ୍ୟକ୍ତିଙ୍କୁ ଜ୍ୱର ହେବା ପରେ ସ୍ଥାନୀୟ ରଙ୍ଗାମାଟିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା।  ଏହା ପରେ ତାଙ୍କ କଣ୍ଟାକଟ ଟ୍ରେସିଙ୍ଗ କରାଯିବା ପରେ ଗାଁରେ ଅନ୍ୟ ୧୬ ଜଣଙ୍କୁ କରୋନା ହୋଇଥିବା ଜଣାପଡିଥିଲା।

ଆଉ ତାପରେ ଗାଁରେ ବୁଲୁଛି କୁଇକ୍ ରେସପଣ୍ଡ ଟିମର ଡାକ୍ତର ଦଳ। ମୟୁରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ ରଙ୍ଗାମାଟିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାଂଶ ଅଞ୍ଚଳ ଶିମିଳିପାଳ ବଫର ଇଲାକାରେ। ଆଉ ଏହି ବଫର ଇଲାକାର ଲୁଲୁଙ୍ଗ, କାକରପାଣି, କୋଚିଲାଘାଟି, ତାରାଯୋଡି, ଗୋଡିପୋଖରି ଆଦି ଗାଁର ଅନେକ ଲୋକଙ୍କୁ କରୋନା ଆକ୍ରାନ୍ତ କରାଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଖଡିଆ ଜନଜାତିର ଲୋକେ । ଏହି ସବୁ ଗାଁ ଗାଁକୁ ଏବେ ପ୍ରାଥମିକତା ଦେଇ ଏ ଗାଁ ରୁ ସେ ଗାଁ ବୁଲୁଛନ୍ତି। ଡାକ୍ତରୀ ଏବଂ ସ୍ଥାନୀୟ ଆଶା ଦିଦିଙ୍କ ସହାୟତାରେ ଲୋକଙ୍କ ଜ୍ୱର, ଥଣ୍ଡା ଆଦିର ପରୀକ୍ଷା କରିବା ସହ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।

Advertisment

ଖଡିଆ ଜନଜାତିର ଅନେକ ପରିବାର କରୋନା ଆକ୍ରାନ୍ତ ହୋଇ ହୋମ୍ କ୍ଵାରେଣ୍ଟାଇନରେ ରହି ଭଲ ହୋଇ ସାରିଥିବା ବେଳେ ଅନେକ ଏବେ ଚିକିତ୍ସିତ ହେଉଛନ୍ତି । ତେବେ ମୟୁରଭଞ୍ଜ ଜିଲ୍ଲାର ଅନେକ ଆଦିମ ଜନଜାତିର ଲୋକ ବିଭିନ୍ନ ଗ୍ରାମରେ ରହୁଥିବା ବେଳେ ସେମାନଙ୍କୁ ବିପୁଳ ସଚେତନତା ଆବଶ୍ୟକ।

Advertisment
Advertisment