Advertisment

ସମ୍ବଲପୁର ଯାଏ ସଂପ୍ରସାରିତ ହେଲା ଗଣ୍ଡୱାନା ଏକ୍ସପ୍ରେସ୍‌

ଭୁବନେଶ୍ୱର : ସମ୍ବଲପୁର ଯାଏ ସଂପ୍ରସାରିତ ହୋଇଛି ଗଣ୍ଡୱାନା ଏକ୍ସପ୍ରେସ୍‌। ସମ୍ବଲପୁରବାସୀଙ୍କୁ ଏହା କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଭେଟି ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ା ରୋଡ୍‌ ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ ସମ୍ବଲପୁର ଆସିବ। ଏନେଇ ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି। ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍‌ ଛତିଶଗଡ଼ର ରାଇଘର ଯାଏ ଆସୁଥିଲା। ଏହାସହ ସମ୍ବଲପୁରରୁ ସାଲିମାର ମଧ୍ୟରେ ଭାୟା ତାଳଚେର ଦେଇ ସପ୍ତାହକୁ ୩ ଦିନ ଚାଲିବ ଆଉ ଗୋଟିଏ ଟ୍ରେନ୍‌। କିଛି ଏକ୍ସପ୍ରେସ୍‌ର […]

ସମ୍ବଲପୁର ଯାଏ ସଂପ୍ରସାରିତ ହେଲା ଗଣ୍ଡୱାନା ଏକ୍ସପ୍ରେସ୍‌

monaj

Advertisment

ଭୁବନେଶ୍ୱର : ସମ୍ବଲପୁର ଯାଏ ସଂପ୍ରସାରିତ ହୋଇଛି ଗଣ୍ଡୱାନା ଏକ୍ସପ୍ରେସ୍‌। ସମ୍ବଲପୁରବାସୀଙ୍କୁ ଏହା କେନ୍ଦ୍ର ସରକାରଙ୍କ ନିର୍ବାଚନୀ ଭେଟି ବୋଲି ଆଲୋଚନା ହେଉଛି। ଝାରସୁଗୁଡ଼ା ରୋଡ୍‌ ଦେଇ ଗଣ୍ଡଓ୍ୱାନା ଏକ୍ସପ୍ରେସ ସମ୍ବଲପୁର ଆସିବ। ଏନେଇ ଭୁବନେଶ୍ୱରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଘୋଷଣା କରିଛନ୍ତି।

Advertisment

ପୂର୍ବରୁ ଗଣ୍ଡଓ୍ୱାନା ଏକ୍ସପ୍ରେସ୍‌ ଛତିଶଗଡ଼ର ରାଇଘର ଯାଏ ଆସୁଥିଲା।

ଏହାସହ ସମ୍ବଲପୁରରୁ ସାଲିମାର ମଧ୍ୟରେ ଭାୟା ତାଳଚେର ଦେଇ ସପ୍ତାହକୁ ୩ ଦିନ ଚାଲିବ ଆଉ ଗୋଟିଏ ଟ୍ରେନ୍‌। କିଛି ଏକ୍ସପ୍ରେସ୍‌ର ନୂଆ ଷ୍ଟପେଜ୍‌ ନେ ମଧ୍ୟ ରେଳ ରାଷ୍ଟ୍ରମନ୍ତ୍ରୀ ଘୋଷଣା କରିଛନ୍ତି।

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଢେଙ୍କାନାଳରେ, ହାୱାଡା-ସତ୍ୟସାଇ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ୍‌ ବାଲେଶ୍ୱରରେ, ହଳଦିଆ-ମାଡ୍ରାସ୍‌ ସୁପରଫାଷ୍ଟ ବାଲେଶ୍ୱର ଷ୍ଟେସନରେ ଏବଂ ପୁରୁଲିଆ-ଭିଲ୍ଲୁପୁରମ ଏକ୍ସପ୍ରେସ୍‌ ଜଳେଶ୍ୱର ଷ୍ଟେସନରେ ରହିବ।

Advertisment

ସେହିପରି ପୁରୀ-ପାରାଦୀପ ଏକ୍ସପ୍ରେସ୍‌ କଣାସରେ, ହାୱଡ଼ା-ପୁରୀ ଏକ୍ସପ୍ରେସ୍‌ ମାର୍କୋଣାରେ, ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ୍‌ ଧାନମଣ୍ଡଳରେ, କେନ୍ଦୁଝର-ଭୁବନେଶ୍ୱର ଧାନମଣ୍ଡଳରେ ଏବଂ ବଡ଼ବିଲ-ପୁରୀ କଣାସ ଷ୍ଟେସନରେ ଷ୍ଟପେଜ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ