manoj-shina
ଭୁବନେଶ୍ୱର: ଓଡ଼ିଶାରେ ରେଲୱେର ଉନ୍ନତିକରଣ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ରେ ଯଥେଷ୍ଟ ଅର୍ଥ ପ୍ରଦାନ କରୁଛନ୍ତି। ତେବେ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଜମି ଯୋଗାଉ ନାହାନ୍ତି। ଭୁବନେଶ୍ୱର ରେଲୱେ ପ୍ରେକ୍ଷାଳୟରେ ଉଭୟ ରେଲୱେ ଏବଂ ସଂଚାର ମନ୍ତ୍ରାଳୟର ବିଭିନ୍ନ ଯାତ୍ରୀ ସେବା ଓ ଜନହିତକର କାର୍ଯ୍ୟର ଉଦଘାଟନ, ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇବେ ସେତେ ଶୀଘ୍ର କାମ ଶେଷ ହେବ ବୋଲି ସେ କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ବ୍ରହ୍ମପୁର ରେଳ ଷ୍ଟେସନର ଫୁଟ ଓଭର ବ୍ରିଜ୍ ଓ ଏସ୍କାଲେଟରର ଉଦଘାଟନ କରିଥିଲେ। ଏଥିସହ ଭୁବନେଶ୍ୱର ରେଳ ଷ୍ଟେସନଠାରେ ନୂତନ ଏସ୍କାଲେଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହ ସଂଚାର ମନ୍ତ୍ରାଳୟର ବିଭିନ୍ନ ଜନହିତକର କାର୍ଯ୍ୟ ଓ ପ୍ରକଳ୍ପର ଉଦଘାଟନ କରିଥିଲେ।
/odishatv-khabar/media/post_attachments/wp-content/uploads/2019/03/BJD-1234.jpg)
ଅନ୍ୟପକ୍ଷରେ ଇଷ୍ଟକୋଷ୍ଟ ରେଲୱେର ଜୋନ୍ ଅନ୍ତର୍ଗତ ୱାଲଟିୟର ଡିଭିଜନ ବିଭାଜନ ପ୍ରସଙ୍ଗକୁ ନେଇ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାକୁ ବିଜେଡି ବିରୋଧ କରିଥିଲା। କେନ୍ଦ୍ରମନ୍ତ୍ରୀ ଆଜି ଭୁବନେଶ୍ୱର ରେଳବାଇ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ଏହି ସମୟରେ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନୋଜ ସିହ୍ନାଙ୍କୁ ବିରୋଧ କରିଥିଲା। ଫଳରେ ଅନ୍ୟ ଏକ ଗେଟ୍ ଦେଇ ମନ୍ତ୍ରୀ ସିହ୍ନା ଅଡିଟୋରିୟମକୁ ପ୍ରବେଶ କରିଥିଲେ।
ତେବେ ଓଡ଼ିଶାର ଏକ ଇଂଚ୍ ବି ରେଳଲାଇନ ଅନ୍ୟ ଡିଭିଜନକୁ ଦିଆଯାଇନାହିଁ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/manoj-shina_1626757101.jpg)