Advertisment

‘କଳିଙ୍ଗ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେଲେ ପଦ୍ମଭୂଷଣ ମନୋଜ ଦାସ

ଭୁବନେଶ୍ୱର : ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଚତୁର୍ଥ କଳିଙ୍ଗ ସାହିତ୍ୟ ମହୋତ୍ସବରେ ଆଜିର ଆଲୋଚନାଚକ୍ର ଥିଲା ‘ଦୈବିକ ପ୍ରଗଳଭତା: ପ୍ରଜ୍ଞାନ, ଆନନ୍ଦ ଓ […]

author-image
Pradesh Pratyush
‘କଳିଙ୍ଗ ସାହିତ୍ୟ ସମ୍ମାନ’ରେ ସମ୍ମାନିତ ହେଲେ ପଦ୍ମଭୂଷଣ ମନୋଜ ଦାସ

manoj das2

ଭୁବନେଶ୍ୱର : ପ୍ରତ୍ୟେକ ପୁରସ୍କାର ପାଇବା ପରେ ମୋ’ ମନରେ ପୁଲକ ଆସିଥାଏ। ଆଜି ମଧ୍ୟ ସେହି ଭାବନା ପ୍ରତିଫଳିତ ହୋଇଛି। ‘କଳିଙ୍ଗ ସାହିତ୍ୟ ସମ୍ମାନ’ ଗ୍ରହଣ ସମୟରେ ଏହା କହିଛନ୍ତି ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଥିବା ଦ୍ଵି’ଭାଷୀ ଲେଖକ ମନୋଜ ଦାସ। ପୁରସ୍କାର ବାବଦରେ ଶ୍ରୀ ଦାସଙ୍କୁ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି।

Advertisment

ଚତୁର୍ଥ କଳିଙ୍ଗ ସାହିତ୍ୟ ମହୋତ୍ସବରେ ଆଜିର ଆଲୋଚନାଚକ୍ର ଥିଲା ‘ଦୈବିକ ପ୍ରଗଳଭତା: ପ୍ରଜ୍ଞାନ, ଆନନ୍ଦ ଓ ରୂପାନ୍ତରଣ’। ଏଥିରେ ସମ୍ଭାଷଣ ପ୍ରଦାନ କରି ଶ୍ରୀ ଦାସ କହିଛନ୍ତି-“ଦୈବିକ ପ୍ରଗଳଭତା ଏକ ପରାଶକ୍ତି ଓ ନିଜକୁ ଦେଖିବାର ଅନୁଭବ। ଏହାର ଧର୍ମ, ସଂପ୍ରଦାୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଅନୁଭବ ଜଣେ ବ୍ୟକ୍ତିଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଶକ୍ତି ଦେଇଥାଏ।”

publive-imageଫ୍ରାନ୍ସ ଦେଶର ଯୋଦ୍ଧା ତଥା ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିବା ପଞ୍ଚଦଶ ଶତାବ୍ଦୀର ତରୁଣୀ ଜୋଆନ ଅଫ୍‌ ଆର୍କଙ୍କ ବିଷୟ ଉତ୍‌ଥାପନ କରି ଶ୍ରୀ ଦାସ କହିଛନ୍ତି, ଜୋଆନ ଜଣେ ଦିବ୍ୟ ଉନ୍ମାଦରେ ପ୍ରଭାବିତ ହୋଇଥିବା ମହିଳା ହୋଇବି ଦେଶର ଇତିହାସରେ ଏକ ବିରାଟ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ। ତେବେ ଆଧୁନିକ ସାହିତ୍ୟ, ବିଶେଷ କରି ଆଧୁନିକ କବିତାରେ ସାହିତ୍ୟର ମାନ ଅନେକାଂଶରେ କ୍ଷୁର୍ଣ୍ଣ ହେଉଛି ବୋଲି ସେ କହିଛନ୍ତି। ଅନେକ ସମୟରେ ଅବୋଧ, କହି ହେଉନଥିବା କଥାକୁ କବିତା ଆକାରରେ କୁହାଯାଉଥିଲେ ହେଁ, ଆଧୁନିକ କବିତା ଏହି ଗୁଣଟିର ଦୁର୍ବ୍ୟବହାର କରିଥାଏ। ଆଧୁନିକ କବିତାରେ ସୁନ୍ଦର ବିଦ୍ରୂପ ରହିବା ସହିତ ଅନେକ ପରିମାଣରେ ଭେଜାଲ ମଧ୍ୟ ରହୁଛି ବୋଲି ସେ କହିଛନ୍ତି।

Advertisment

ମନୋଜ ଦାସଙ୍କ ସହିତ ଏହି ମଞ୍ଚରେ ସୀତାକାନ୍ତ ମହାପାତ୍ର, ରାମାକାନ୍ତ ରଥ, ପ୍ରତିଭା ରାୟଙ୍କ ପରି ଓଡ଼ିଆ ସାହିତ୍ୟର ପ୍ରମୁଖ ବ୍ୟକ୍ତିତ୍ଵଗଣ ଯୋଗଦେଇଥିଲେ। ସୀତାକାନ୍ତ ମହାପାତ୍ର ନିଷ୍କାମ ଜ୍ଞାନ ଓ କର୍ମ ସହିତ ଭକ୍ତି ଭାବ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ପ୍ରତିଭା ରାୟ କହିଥିଲେ, ସାରଳାଙ୍କଠାରୁ ଆରମ୍ଭ କରି ରମାକାନ୍ତ ରଥ ଯାଏଁ, ଫକିର ମୋହନ ସେନାପତିଙ୍କଠାରୁ ଆରମ୍ଭ କରି ମନୋଜ ଦାସଙ୍କ ଯାଏଁ ସମସ୍ତ ଶ୍ରେଷ୍ଠ ସାହିତ୍ୟିକଙ୍କ କୃତିର ଉତ୍ସ ହେଉକି ଆଧ୍ୟାତ୍ମବାଦ। ଓଡ଼ିଆ ଭାଷାର ସାର୍ଥକ ସ୍ରଷ୍ଟା ଯେପରି ଲୋପ ନ ପାଆନ୍ତୁ ଓ ସେଥିପ୍ରତି ଯୁବପିଢି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏହି ଅବସରରେ କବି ରମାକାନ୍ତ ରଥ କହିଛନ୍ତି।

ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରଥମ ଦିବସରେ ସାହିତ୍ୟକୃତି ମନ୍ଥନ, ଭକ୍ତିବାଦ, ପଞ୍ଚସଖା ସାହିତ୍ୟ, ଲେଖକଙ୍କ ସହିତ ଆଲୋଚନା, ସୁଫି ସଙ୍ଗୀତ ପରିବେଷଣ ଆଦି ସାତଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

Advertisment
Advertisment