/odishatv-khabar/media/post_attachments/uploadimage/library/16_9/16_9_0/office_1624034278.jpg)
office
ଭୁବନେଶ୍ୱର: ରାଜଧାନୀରେ ସରକାରୀ କର୍ମଚାରୀଙ୍କୁ ଡବଲ ଡୋଜ ଟିକା ବାଧ୍ୟତାମୂଳକ କରାଯାଇଛି। ୨ଟି ଡୋଜ ଟିକାକରଣ ହୋଇନଥିଲେ ଅଫିସ ଆସିପାରିବେନି କର୍ମଚାରୀ। ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଏନେଇ ସବୁ ବିଭାଗକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି। ଜୁଲାଇ ୧ରୁ ସବୁ ଅଫିସ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ତା ପୂର୍ବରୁ ଟିକା ବାଧ୍ୟତାମୂଳକ କରାଯାଇଛି।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜି ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶନାମା ପଠାଇ ଭୁବନେଶ୍ୱରରେ ଥିବା ଅଫିସଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ ବୋଲି ଜଣାଇଛନ୍ତି। ଶ୍ରୀ ଚୋପ୍ରା ଉଲ୍ଲେଖ କରିଛନ୍ତି ଯେ ଜୁନ୍ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗ, ସବଅର୍ଡିନେଟ୍ ଅଫିସ୍, ସରକାରୀ ଉଦ୍ୟୋଗ ଓ ନିଗମର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହୋଇଛି।
ଏହି ପ୍ରକ୍ରିୟାରେ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଗତକାଲି ଅର୍ଥାତ୍ ଜୁନ୍ ୧୭ରୁ ଜାରି ରହିଛି । ସମସ୍ତ ବିଭାଗର ନୋଡାଲ୍ ଅଫିସରମାନଙ୍କୁ ଭୁବନେଶ୍ୱରରେ ଥିବା ସେମାନଙ୍କର ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରାଇବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ଜୁଲାଇ ୧ରୁ ଫୁଲ୍ ଆଟେଣ୍ଡାନ୍ସ ସହ ଅଫିସଗୁଡ଼ିକ କାର୍ଯ୍ୟ କରିବ । ସରକାରୀ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବାବେଳେ କର୍ମଚାରୀମାନଙ୍କୁ ନିରାପଦ ପରିବେଶ ସୁନିଶ୍ଚିତ କରାଇବା ହେଉଛି ଏହି ନିର୍ଦ୍ଦେଶନାମାର ମୂଳ ଉଦ୍ଦେଶ୍ୟ।
ତେଣୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ବିଭାଗ, ସବଅଡିନେଟ୍ ଅଫିସ ଓ ସରକାରୀ ଉଦ୍ୟୋଗ/ନିଗମର ସମସ୍ତ କର୍ମଚାରୀ ନିଶ୍ଚିତ ଭାବେ ଡବଲ ଡୋଜ୍ ଟିକା ନେବେ ଓ ଜୁଲାଇ ପହିଲାରୁ ନିୟମିତ ଅଫିସ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ତେବେ ଯେଉଁ କର୍ମଚାରୀ ଯଦି ସ୍ୱାସ୍ଥ୍ୟଗତ କାରଣରୁ ହେଉ ଅବା ଅନ୍ୟ କୌଣସି କାରଣରୁ ଟିକା ନେଇନଥିବେ ତା’ହେଲେ ସେ ନିଜର ବିଭାଗୀୟ ମୁଖ୍ୟ ଅବା ସଂସ୍ଥା ମୁଖ୍ୟଙ୍କୁ ଏଥିରୁ ତାଙ୍କୁ ବାଦ୍ ଦେବାକୁ ଆବେଦନ କରିବେ । ଏହି ଆବେଦନ ପାଇବା ପରେ କେସ୍ ଟୁ କେସ୍ ଆଧାରରେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁ କର୍ମଚାରୀ ଟିକା ନେଇନଥିବେ ଓ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଛାଡ଼୍ ହୋଇନଥିବେ ସେମାନଙ୍କୁ ଜୁଲାଇ ୧ରୁ ଅଫିସ ଆସିବା ପାଇଁ ଅନୁମତି ମିଳିବ ନାହିଁ । ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି ।
ଟିକାକରଣ ପାଇଁ ଭୁବନେଶ୍ୱରରେ ଜୁନ୍ ୨୦ ଯାଏଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି। ଏବେ ସୁଦ୍ଧା ୬ ହଜାର କର୍ମଚାରୀ ପ୍ରଥମ ଡୋଜ ନେଇସାରିଛନ୍ତି। ସେମାନଙ୍କ ପାଇଁ ୧୭ ତାରିଖ ଦ୍ୱିତୀୟ ଡୋଜ ଟିକାକରଣ ହେବ ବୋଲି ଜଣାଯାଇଛି। ତେବେ ଆଂଶିକ ଲକଡାଉନର ଗାଇଡଲାଇନ୍ ଅନୁସାରେ ରାଜ୍ୟରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ୍ ଚାଲିବ। କିନ୍ତୁ ଜରୁରୀ ସେବାରେ ଜଡିତ ବିଭାଗର ଅଫିସ୍ ଶତପ୍ରତିଶତ କର୍ମଚାରୀରେ ଚାଲିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)