lp
ଗଞ୍ଜାମ: ସ୍ୱାମୀଙ୍କୁ ବଂଚାଇବାକୁ ଯାଇ ଗଲା ସ୍ତ୍ରୀର ଜୀବନ। ଶ୍ୱଶୁରର ଗୁଳିରେ ଗୁରୁତର ହୋଇ ଜୀବନ ହାରିଲା ବୋହୂ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳର ଘଟିଛି ଏଭଳି ଘଟଣା।
ଖବର ଅନୁସାରେ, ବାରଭରଣିଆ ଗାଁରେ ୫୦ ହଜାର ଟଙ୍କା ଋଣକୁ ନେଇ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାପା ରାଗି ଯାଇ ପୁଅ ଉପରକୁ ଗୁଳି ଚଳାଇବାକୁ ଘରେ ଥିବା ବନ୍ଧୁକ ଉଠାଇଥିଲେ।
ବାପ-ପୁଅ ମଧ୍ୟରେ ବଚସା ବଢ଼ିବା ପରେ ବାପା ବନ୍ଧୁକରୁ ଗୁଳି ଚଳାଇଥିଲେ। ଠିକ୍ ଏହି ସମୟରେ ସ୍ୱାମୀର ଜୀବନ ବଂଚାଇବାକୁ ଉଭୟଙ୍କ ମଝିକୁ ଚାଲିଆସିଥିଲେ ବୋହୂ। ତେବେ ସ୍ୱାମୀର ସିନା ଜୀବନ ବଂଚିଯାଇଥିଲା, ହେଲେ ଗୁଳିରେ ଗୁରୁତର ହୋଇ ପଡ଼ିଥିଲେ ବୋହୂ ରଶ୍ମିତା ମଳିକ।
ଘଟଣାସ୍ଥଳରେ ହିଁ ରଶ୍ମିତା ମଳିକଙ୍କ ମୃତ୍ୟୁ ହୋଇଥିଲା। ଗୁଳି ଚଳାଇବା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି ଅଭିଯୁକ୍ତ ବାପା। ଘଟଣାସ୍ଥଳରେ ବଡ଼ଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lp_1627293176.jpg)