Advertisment

ବାପା-ମା’ଙ୍କ ସହ ମିଶି ସ୍ୱାମୀଙ୍କୁ ମାରିଥିଲା, ଧରାପଡ଼ିଲା

ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ…

author-image
Minati Mishra
ବାପା-ମା’ଙ୍କ ସହ ମିଶି ସ୍ୱାମୀଙ୍କୁ ମାରିଥିଲା, ଧରାପଡ଼ିଲା

sdpo

ବ୍ରହ୍ମପୁର: ଗଂଜାମ ଜିଲ୍ଲା ସୋରଡ଼ା ପୁଷ୍ପନଗର ଋଷିକୂଲ୍ୟା ପଠାରୁ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମୃତଦେହ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପାରିବାରିକ ବିବାଦରୁ ପତ୍ନୀ, ଶାଶୂ ଏବଂ ଶ୍ୱଶୁର ମିଶି ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି।

Advertisment

ଗତ ୨୨ ତାରିଖ ଘଟଣା। ସ୍ଥାନୀୟ ଗୁଡିଢେପ ଗାଁର କିଛି ଲୋକ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତ ଦେହର ମୁଣ୍ଡ ନ ଥିଲା। ତେବେ ମୃତ ଦେହଟି ପଚି ଯାଇଥିବାରୁ ଲୋକେ ଚିହ୍ନି ପାରି ନ ଥିଲେ।

ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ପ୍ରାଥମିକ ତଦନ୍ତରୁ ଏହା ସେହି ଗାଁର ଭଗବାନ ମାଝି ବୋଲି ଗାଁ ଲୋକେ ଜାଣିବାକୁ ପାଇଥିଲେ।

Advertisment

ଆସ୍କା ଏସଡିପିଓ ଉମାଶଙ୍କର ସିଂଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ପରିବାରିକ ଅଶାନ୍ତି ଥିବା ଜାଣିବାକୁ ପାଇଥିଲା।  ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା, ପତ୍ନୀ, ଶାଶୂ ଓ ଶ୍ୱଶୂର ମିଶି ତାଙ୍କୁ ହତ୍ୟା କରିଛନ୍ତି।  ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଥିବା ଏସଡିପିଓ ସୂଚନା ଦେଇଛନ୍ତି।

ଏସଡିପିଓଙ୍କ କହିବା ଅନୁଯାୟୀ, ୧୮ ତାରିଖ ଭଗବାନଙ୍କୁ ହତ୍ୟା କରାଯାଇଥିଲା। ପ୍ରମାଣ ଲୁଚାଇବା ପାଇଁ ମୁଣ୍ଡ-ଗଣ୍ଡି ଅଲଗା କରି ଦେଇଥିଲେ ଏବଂ ମୁଣ୍ଡକୁ ଅନ୍ୟତ୍ର ପୋତି ଦେଇଥିଲେ। ତେବେ ପୋଲିସ ତଦନ୍ତ କରି ରହସ୍ୟର ପର୍ଦ୍ଦାଫାଶ କରିବା ସହ ହତ୍ୟାରେ ବ୍ୟବହୃତ କାତିକୁ ମଧ୍ୟ ଜବତ କରିଛି ।

୨୫ ତାରିଖ କବିରାଜ ନାୟକ, କିଶୋରୀ ନାୟକ ଓ  ଝିଲି ନାୟକଙ୍କୁ ପୋଲିସ ଗିରଫ କରିଛି। ତେବେ ମାମଲା ଚାଲିଛି। ଯଦି ଆଉ କାହାରି ସଂପୃକ୍ତି ଥାଏ ତେବେ ତାଙ୍କୁ ମଧ୍ୟ ମକଦ୍ଦମାର ପରିସରକୁ ଆଣିବେ ବୋଲି କହିଛନ୍ତି ଏସଡିପିଓ।

Advertisment
Advertisment