Advertisment

ପ୍ରେମିକାର ଭାଇକୁ ଟାଙ୍ଗିଆରେ ହାଣିଲା ପ୍ରେମିକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଭାଇ ଅଭିନାଶକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ,ଖୁଜେନପାଲି ଗାଁର ବିଜୟ ବନଛୋର ଦୀର୍ଘ ବର୍ଷ ହେବ ଅଭିନାଶ ଗହିରଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲେ। ଏମିତିକି ଅଭିନାଶଙ୍କ ଭଉଣୀ ବାହା ହେବା […]

ପ୍ରେମିକାର ଭାଇକୁ ଟାଙ୍ଗିଆରେ ହାଣିଲା ପ୍ରେମିକ

attack

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମ କରୁଥିବା ଯୁବକ ପ୍ରେମରେ ବିଫଳ ହେବାରୁ ପ୍ରେମିକାର ବଡ଼ଭାଇକୁ ଟାଙ୍ଗିଆରେ ଆକ୍ରମଣ କରିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରେମିକାର ଭାଇ ଅଭିନାଶକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଅନୁସାରେ,ଖୁଜେନପାଲି ଗାଁର ବିଜୟ ବନଛୋର ଦୀର୍ଘ ବର୍ଷ ହେବ ଅଭିନାଶ ଗହିରଙ୍କ ଭଉଣୀକୁ ଏକତରଫା ପ୍ରେମ କରୁଥିଲେ। ଏମିତିକି ଅଭିନାଶଙ୍କ ଭଉଣୀ ବାହା ହେବା ପରେ ବି, ବିଜୟ ବାରମ୍ବାର ତାଙ୍କୁ ହଇରାଣ ହରକତ କରିଆସୁଥିଲା। ଏହାକୁ ନେଇ ସଦର ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।

ତେବେ ଗାଁ ଦାଣ୍ଡରେ ଅଭିନାଶ ଛିଡ଼ା ହୋଇଥିବା ବେଳେ, ପଛପଟୁ ବିଜୟ ଟାଙ୍ଗିଆରେ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡ ଓ ପିଠିରେ ଦୁଇଟି ଚୋଟ ମାରି ସେ ଫେରାର ହୋଇଯାଇଛି।

Advertisment

ସଦର ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ