attack
ବିନିକା(ଦିଲୀପ ସାହୁ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତରାତିରେ ଶୋଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କ ନାଁ ମମତା ଥପା। ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ମମତା ଦେଢ଼ ବର୍ଷ ତଳେ ବରଗଡ଼ ଜିଲ୍ଲା ଖଲାବାହାଲର ରସିକ ଥପାଙ୍କୁ ବିବାହ କରିଥିଲେ। ହେଲେ ଶାଶୂ ଘରେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବାରୁ ସେ ୪ ମାସ ହେବ ଡୁଙ୍ଗୁରିପାଲି ସ୍ଥିତ ନିଜ ବାପ ଘରେ ରହୁଥିଲେ।
ତେବେ ଗତକାଲି ବିଳମ୍ବିତ ରାତିରେ ରସିକ ମମତାଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି I
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/attack-890_1626758139.jpg)