/odishatv-khabar/media/post_attachments/uploadimage/library/16_9/16_9_0/brother_1626338720.jpg)
brother
ସୋର(ଶଶିକାନ୍ତ ବେହେରା): ବଡ଼ ଭାଇକୁ ହାଣିଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଈରା ଥାନା ଅଞ୍ଚଳରେ। ଖଈରା ଥାନ ରଟିଣା ଗାଁର କରୁଣାକର ଏବଂ ବଡ଼ ଭାଇ ବିଦ୍ୟାଧରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା।
ତେବେ ଗତକାଲି ରାତିରେ ଉତ୍ତ୍ୟକ୍ତ ହୋଇ କରୁଣାକର ଏକ କଟୁରୀରେ ବିଦ୍ୟାଧର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ। ପୁଲିସ୍ ଘଟଣାର ଖୋଳତାଡ଼ ଜାରି ରଖିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)