Advertisment

ପୁଅକୁ ମାରି ବାଡ଼ି ପଛ ପଟେ ପୋତିଲା ବାପା

ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ […]

author-image
Rajalaxmi Sahoo
ପୁଅକୁ ମାରି ବାଡ଼ି ପଛ ପଟେ ପୋତିଲା ବାପା

odisha

ଆଠଗଡ଼: ପୁଅର ହତ୍ୟାକାରୀ ସାଜିଲା ବାପା। ସପ୍ତାହ ତଳେ ପୁଅକୁ ମାରି ବାଡ଼ି ପଛ ପଟେ ପୋତି ଦେଇଥିଲା ବାପା। ହେଲେ ଏବେ ସାମ୍ନାକୁ ଆସିଲା ସତ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

Advertisment

ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କର ୩୦ ବର୍ଷୀୟ ପୁଅକୁ ହତ୍ୟା କରିଥିବା ଜଣାପଡ଼ିଛି। ସପ୍ତାହ ତଳେ ଏହି ହତ୍ୟାକାଣ୍ଡ ହୋଇଥିଲା। ଯେମିତି କେହି ନ ଜାଣି ପାରିବେ, ସେନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଅକୁ ହତ୍ୟା କରି ଘରର ବାଡ଼ି ପଛ ପଟେ ପୁଅର ମୃତଦେହ ପୋତି ଦେଇଥିଲେ। ତେବେ ଗାଁ ଲୋକେ ଉକ୍ତ ଯୁବକଙ୍କୁ ଦେଖିବାକୁ ନ ପାଇବାରୁ ଧୀରେ ଧୀରେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଗାଁ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଉକ୍ତ ଯୁବକଙ୍କ ବାପାଙ୍କୁ ଜେରା କରିବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା। ପୁଅକୁ ହତ୍ୟା କରିଥିବା ନେଇ ବ୍ୟକ୍ତି ଜଣକ ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ। ଏହାପରେ ବାଡ଼ି ପଛ ପଟୁ ମୃତଦେହ ଠାବ ହୋଇଥିଲା।

Advertisment

ତେବେ କେଉଁ କାରଣ ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ପୁଅକୁ ହତ୍ୟା କଲେ , ତା’ର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Odisha Crime Odisha Crime News Odia News Khabar Odisha Today Odisha Khabar Khabar Odisha Father Kills Son
Advertisment
Advertisment