Advertisment

ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ ପରେ ରିପୋର୍ଟ ମାଗିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଆସନ୍ତା ୭ ଦିନରେ ଅଞ୍ଚଳ ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲାପାଳ ରିପୋର୍ଟ ଦେବେ। ରିପୋର୍ଟ ମିଳିବାର ୪୮ ଘଣ୍ଟାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି । ଆଜି ଆକାଶ ମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ […]

ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

malakangiri

Advertisment

ମାଲକାନଗିରି: ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ ପରେ ରିପୋର୍ଟ ମାଗିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଆସନ୍ତା ୭ ଦିନରେ ଅଞ୍ଚଳ ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲାପାଳ ରିପୋର୍ଟ ଦେବେ। ରିପୋର୍ଟ ମିଳିବାର ୪୮ ଘଣ୍ଟାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି ।

Advertisment

ଆଜି ଆକାଶ ମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁ ଘଟିଥିବା କ୍ଷୟକ୍ଷତିକୁ ନେଇ ପ୍ରାଥମିକ ରିପୋର୍ଟ ବିଭାଗକୁ ଦିଆଯାଇଛି।

ଜିଲ୍ଲାର ୯୩୩ ଗାଁ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୩୨୧ଟି ଘର ଭାଙ୍ଗି ଯାଇଛି। ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ରହିଛି। ସେପଟେ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ