/odishatv-khabar/media/post_attachments/uploadimage/library/16_9/16_9_0/dibya_1626260962.jpg)
dibya
ପୁରୀ: ରଥଯାତ୍ରା ପ୍ରସଙ୍ଗକୁ ନେଇ ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ବସିଥିଲା। ତେବେ ବୈଠକ ଶେଷ ହେବାପରେ ମହାରାଜା ଦିବ୍ୟସିଂହ ଦେବ କହିଥିଲେ, ବୈଠକରେ ପ୍ରାୟ ସାଢେ ୩ ଘଣ୍ଟା ଧରି ଆଲୋଚନା ହେଲା। ସୁପ୍ରିମକୋର୍ଟରେ ସରକାର ସାନି ମତ ରଖିବା ଉପରେ ମତ ପ୍ରକାଶ ପାଇଥିଲା। ମୂଳପୀଠରେ ରଥଯାତ୍ରା ବନ୍ଦ ହେବା କଥା ନୁହେଁ। ବିନାଭକ୍ତରେ ରଥଯାତ୍ରା ଲାଗି ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା। ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି।
ସେ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟରେ ୧୦/୧୨ ଲକ୍ଷ ଭକ୍ତଙ୍କ ସମାଗମ ଆଶଙ୍କା ଠିକ୍ ନୁହେଁ।ଭକ୍ତମାନଙ୍କ ଭାବନାକୁ ରାଜ୍ୟ ସରକାର ଗ୍ରହଣ କଲେନି। ସୁପ୍ରିମକୋର୍ଟରେ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ପିଟିସନ୍ ଦାୟର ହୋଇଛି। ସୋମବାର ଜଣାପଡ଼ିବ, ସୁପ୍ରିମକୋର୍ଟ ପୁନର୍ବିଚାର କରୁଛନ୍ତି କି ନାହିଁ। କାଲି ଓ ପହରଦିନ ୨ ଦିନ ଧରି ଆମ ଭିତରେ ଆଲୋଚନା ଚାଲିବ। ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରେ ପିଟିସନ୍ ପାଇଁ ଅନୁରୋଧ କରାଯିବ ବୋଲି ମହାରାଜା ସୂଚନା ଦେଇଛନ୍ତି।
ଅପରପଟେ ଛତିଶା ନିଯୋଗ ବୈଠକ ପରେ ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କଣ ହେବ, ବିକଳ୍ପ ଚିନ୍ତା କରିନୁ, ଏଭଳି ଘଟଣା ଆମ ପାଇଁ ନୂଆ ବୋଲି ଛତିଶା ନିଯୋଗ ନାୟକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)