Advertisment

ଏମିତି କେଉଁ କଥା ଲୁଚାଇ ରଖିଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ?

ଚୌଦ୍ୱାର: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, କାଳେ କିଛି ପ୍ରଘଟ […]

author-image
Rajalaxmi Sahoo
ଏମିତି କେଉଁ କଥା ଲୁଚାଇ ରଖିଥିଲେ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ?

OTV-PORTAL

ଚୌଦ୍ୱାର: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା ବିଜେପି କହିଛି। ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ଅଭିଯୋଗ ଅନୁସାରେ, ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ପାରିପାର୍ଶ୍ୱିକରୁ ଯେମିତି ଦେଖାଯାଉଛି, ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି, ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ, କାଳେ କିଛି ପ୍ରଘଟ ହୋଇଯିବ, ସେଇ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଛି। କିଛି ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି।

Advertisment

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ଟ୍ରକ୍‌ ଧକ୍କାରେ ମୃତ୍ୟୁ ଘଟିଛି। କାଲି ରାତିରେ ଟାଙ୍ଗୀ ଗୋବିନ୍ଦପୁରରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଘଟଣାସ୍ଥଳରୁ ପୋଲିସ୍‌ ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି। ଟାଙ୍ଗୀ ପୋଲିସ୍‌ ଉପସ୍ଥିତିରେ କଟକ SCB ମେଡିକାଲ୍‌ରେ ପ୍ରଫୁଲ୍ଲଙ୍କ ସମ୍ପର୍କୀୟ ମୃତଦେହ ଚିହ୍ନଟ କରିଛନ୍ତି। ଘଟଣା ପରଠୁ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ଫେରାର ଥିଲେ।

Advertisment

ଗତ ଜାନୁଆରୀ ୨ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ନୃତ୍ତାଙ୍ଗ ସ୍ଥିତ ଘରକୁ ଫେରୁଥିବାବେଳେ ଜଙ୍କୋଟି ଗାଁ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁହେଁ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କୁଳମଣି ଓ ଦିବ୍ୟସିଂହଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା।

Mahanga Double Murder Bjp Leader Odisha
Advertisment
Advertisment