/odishatv-khabar/media/post_attachments/uploadimage/library/16_9/16_9_0/biraja-4_1625190017.jpg)
biraja
ଯାଜପୁର: ଆଜି ମା’ ବିରଜାଙ୍କ ପୀଠରେ ମହାନବମୀ ପୂଜା ପାଳିତ ହେଉଛି। ଗତକାଲି ମହାଷ୍ଟମୀରେ ସନ୍ଧି ପୂଜା ପରେ ଯଜ୍ଞରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ଆଜି ସକାଳୁ ମା’ଙ୍କର ମହାସ୍ନାନ କରାଯିବା ପରେ ନବମୀ ପୂଜା ଚାଲିଛି ।
Advertisment
ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ଅପରାହ୍ନରେ ମା’ ବେଢା ପରିକ୍ରମା କରିବା ପରେ ରାତିରେ ଲାଖବିନ୍ଧା ପଡିଆକୁ ଯିବେ । ପରମ୍ପରା ଅନୁଯାୟୀ ସେଠାରୁ ମା’ଙ୍କୁ ରଥରୁ ମନ୍ଦିରକୁ ଅଣାଯାଇ ବିଶେଷ ପୂଜା କରାଯିବାର କାର୍ଯ୍ୟକ୍ରମ ରହିଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଥିବା ବେଳେ ବ୍ୟାରିକେଡ ବାହାରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ମୁଣ୍ଡିଆ ମାରି ଫେରୁଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)