/odishatv-khabar/media/post_attachments/uploadimage/library/16_9/16_9_0/mad-dog_1626685447.jpg)
mad dog
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ପୁଣି ମାତିଲେ ପାଗଳା କୁକୁର। ବନ୍ଧମୁଣ୍ଡା ଅଞ୍ଚଳରେ ୨ଟି ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଦୁଇ ଦିନ ହେଲା ଏହି କୁକୁରମାନେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
Advertisment
ଆହତଙ୍କ ମଧ୍ୟରେ ୨ଜଣ ବୃଦ୍ଧ ଏବଂ ୨ ଜଣ ସ୍କୁଲ ଛାତ୍ର ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏବଂ ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ କୁକୁର ଧରିବାକୁ ଉଦ୍ୟମ କରୁଥିଲେବି ଏବେଯାଏ ଧରିପାରିନାହାନ୍ତି । ସେପଟେ ସପ୍ତାହେ ପୂର୍ବରୁ ବି କୁକୁର ଆକ୍ରମଣରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)