Advertisment

ପ୍ରତାରଣା ସହି ନ ପାରି ପ୍ରେମିକ ଆତ୍ମହତ୍ୟା କରିବା ପରେ ବନ୍ଧା ହେଲେ ପ୍ରେମିକା

ନୂଆପଡ଼ା(ମାୟାଧର ସରାଫ): ମହଙ୍ଗା ପଡ଼ିଲା ପ୍ରେମରେ ପ୍ରତାରଣା। ବ୍ଲାକ୍‌ମେଲିଂ ଓ ପ୍ରେମିକର ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୁଲିସ୍‌ ପ୍ରେମିକାକୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଖଡ଼ିଆଳ ଅଞ୍ଚଳର ଜଣେ ଯୁବକ ଓ ବଲାଙ୍ଗିରର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଯୁବକଙ୍କୁ ବାରମ୍ବାର ବିଭିନ୍ନ କାରଣ ଦର୍ଶାଇ ପ୍ରତାରଣା ଦେଇଥିଲେ ଯୁବତୀ। କେବଳ ଏତିକି ନୁହେଁ ଯୁବତୀ ଜଣକ ତାଙ୍କୁ ଦାମୀ ଫୋନ୍ ଉପହାରରେ ମାଗିଥିଲେ। ଫୋନ୍ […]

author-image
Rosalin Rath
ପ୍ରତାରଣା ସହି ନ ପାରି ପ୍ରେମିକ ଆତ୍ମହତ୍ୟା କରିବା ପରେ ବନ୍ଧା ହେଲେ ପ୍ରେମିକା

g1

ନୂଆପଡ଼ା(ମାୟାଧର ସରାଫ): ମହଙ୍ଗା ପଡ଼ିଲା ପ୍ରେମରେ ପ୍ରତାରଣା। ବ୍ଲାକ୍‌ମେଲିଂ ଓ ପ୍ରେମିକର ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୁଲିସ୍‌ ପ୍ରେମିକାକୁ ଗିରଫ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରେ ଏଭଳି ଘଟଣା ଘଟିଛି।

Advertisment

ଖଡ଼ିଆଳ ଅଞ୍ଚଳର ଜଣେ ଯୁବକ ଓ ବଲାଙ୍ଗିରର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଯୁବକଙ୍କୁ ବାରମ୍ବାର ବିଭିନ୍ନ କାରଣ ଦର୍ଶାଇ ପ୍ରତାରଣା ଦେଇଥିଲେ ଯୁବତୀ। କେବଳ ଏତିକି ନୁହେଁ ଯୁବତୀ ଜଣକ ତାଙ୍କୁ ଦାମୀ ଫୋନ୍ ଉପହାରରେ ମାଗିଥିଲେ। ଫୋନ୍ ଉପହାର ନଦେଲେ ସମ୍ପର୍କ କାଟି ଦେବାକୁ ଉକ୍ତ ଯୁବତୀ ଚେତାଇ ମଧ୍ୟ ଦେଇଥିଲେ।

ପ୍ରେମିକାର ବ୍ଲାକ୍‌ ମେଲିଂର ଶିକାର ଯୁବକ ଶେଷରେ ଆତ୍ମହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି। ମୃତ ଯୁବକଙ୍କ ଫୋନ୍ ଯାଞ୍ଚ ପରେ ଯୁବତୀଙ୍କୁ ଗିରଫ କରିବା ସହ ପୁଲିସ୍‌ ଘଟଣାର ଖୋଳତାଡ଼ ଚଳାଇଛି।

Advertisment
Advertisment
Advertisment