Advertisment

Shocking Sword Attack Inside School: ସ୍କୁଲ ହତାରେ ପ୍ରେମ ପାଇଁ ହଣାକଟା, ନବମ ଶ୍ରେଣୀ ଛାତ୍ରକୁ ହାଣିଦେଲା ଦଶମ ଛାତ୍ର

ସ୍କୁଲ ହତାରେ ପ୍ରେମ ପାଇଁ ହଣାକଟା। ନବମ ଶ୍ରେଣୀ ଛାତ୍ରକୁ ହାଣିଦେଲା ଦଶମ ଛାତ୍ର। ନାବାଳକ ପ୍ରେମିକ ଖେଳିଲା ରକ୍ତର ହୋଲି। ବାଲେଶ୍ବର ରେମୁଣା ହାଇସ୍କୁଲର ଘଟଣା। ପିଲାଙ୍କ ମଧ୍ୟରେ ବଢୁଛି ଅପରାଧ ମାନସିକତା। କେଉଁଠି ରହୁଛି ସଚେତନତା ଅଭାବ?

author-image
Pramod Behera
Shocking Sword Attack Inside School

ସ୍କୁଲ ହତାରେ ପ୍ରେମ ପାଇଁ ହଣାକଟା Photograph: (OTV)

ପ୍ରେମ ପାଇଁ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଦେଲା ଦଶମ ଛାତ୍ର। ବାଲେଶ୍ୱର ରେମୁଣା ହାଇସ୍କୁଲରେ ଅଭାବନୀୟ ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ। ସ୍କୁଲ୍ ଆନୁଆଲ୍ ଫଙ୍କସନରେ ରକ୍ତର ହୋଲି ଖେଳିଛି ନାବାଳକ ପ୍ରେମିକ। ଆହତ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଥାନାରେ ସରେଣ୍ଡର କରିଛି ଅଭିଯୁକ୍ତ। ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଙ୍କ ମଧ୍ୟରେ ବଢୁଥିବା ଅପରାଧିକ ମାନସିକତାକୁ ବଢିଛି ଚିନ୍ତା।

Advertisment

ଆନୁଆଲ୍ ଫଙ୍କସନରେ ନାବାଳକ ପ୍ରେମିକ ଖେଳିଲା ରକ୍ତର ହୋଲି। ବାଲେଶ୍ୱର ରେମୁଣା ହାଇସ୍କୁଲର ଏ ଘଟଣା ଯେତିକି ଚାଞ୍ଚଲ୍ୟକର, ସେତିକି ଚିନ୍ତାଜନକ। କାରଣ କେଉଁ ସାବାଳକ ପ୍ରେମିକ ନୁହେଁ, ନାବାଳକଟିଏ ଘଟାଇଛି ଜଘନ୍ୟ କାଣ୍ଡ। ତା ପୁଣି ବିଦ୍ୟାର ମନ୍ଦିରରେ। ଯେଉଁଠି ପାଠପଢି ଭବିଷ୍ୟତ ଗଢିବା କଥା, ସେଇଠି ପ୍ରେମ ପାଇଁ କରିଛି ଲଙ୍କାକାଣ୍ଡ। ନବମ ଶ୍ରେଣୀର ଜୁନିୟରକୁ ଖଣ୍ଡାରେ ହାଣି ଲହୁଲୁହାଣ କରିଦେଇଛି ଦଶମ ଶ୍ରେଣୀର ସିନିୟର୍। 

ଆହୁରି ଉଦ୍‌ବେଗର ବିଷୟ ହେଲା, ଆକ୍ରମଣ କରିଥିବା ପିଲାଟିକୁ ମାରଣାସ୍ତ୍ର ଦେବା ସହିତ ସବୁ ପ୍ରକାର ସହଯୋଗ କରିଥିଲେ ଖୋଦ୍ ସହପାଠୀ। ଆହତ ଛାତ୍ରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। 

Advertisment

ଅଭିଯୋଗ ଅନୁସାରେ, ଆକ୍ରମଣକାରୀ ଛାତ୍ର ତଳଶ୍ରେଣୀର ଜଣେ ଛାତ୍ରୀଙ୍କୁ ଭଲପାଉଥିଲେ। ତେବେ ବର୍ଷେ ହେବ ଉଭୟଙ୍କ ମଧ୍ୟରେ ଘଟିଥିବା ମନୋମାଳିନ୍ୟ ପାଇଁ ଆହତ ଛାତ୍ରଙ୍କୁ ଦାୟୀ କରି ଯୋଜନାବଦ୍ଧ ଭାବେ ସ୍କୁଲ୍ ବାର୍ଷିକ ଉତ୍ସବ ସମୟରେ ଆକ୍ରମଣ କରିଛି ଅଭିଯୁକ୍ତ। ପୋଲିସ ସ୍କୁଲ୍ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚା କରି ତଦନ୍ତ କରୁଛି।

ଏହାକୁ ଦେଖି ମନରେ ପ୍ରଶ୍ନ ଆସୁଛି ତେବେ, ଛାତ୍ରଙ୍କ ଭିତରେ ବଢୁଛି କି ଅପରାଧ ମାନସିକତା ? କେଉଁଠି ହାଣି ପକାଉଛନ୍ତି ତ ଆଉ କେଉଁଠି ମାରିଦେଉଛନ୍ତି। କାହା ବ୍ୟାଗରୁ ବନ୍ଧୁକ ବାହାରୁଛି ତ ଆଉ କିଏ ବନ୍ଧୁକ ଧରି ବୁଲୁଛି।

ଗତ କିଛି ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳକ ଘଟାଇଥିବା ଲୋମଟାଙ୍କୁରା ଘଟଣା ଉପରେ ଥରେ ନଜର ପକାନ୍ତୁ। ଗତ ଡିସେମ୍ବରରେ କିସ୍ ହଷ୍ଟେଲରେ ଆଦିବାସୀ ଛାତ୍ରକୁ ତଣ୍ଟିଚିପି ମାରିଦେଇଥିଲେ ସହପାଠୀ। ସାଧାରଣ ଗଣ୍ଡଗୋଳରୁ ହତ୍ୟା କରିଦେଇଥିଲେ ନିରିହ ସାଙ୍ଗଟିକୁ।

ସେହିପରି ଗତମାସରେ କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା ଏକ ଘଟଣା। ପାଟକୁରାରେ ନବମ ଶ୍ରେଣୀ ପିଲା ବ୍ୟାଗରୁ ମିଳିଥିଲା ଦେଶୀ ବନ୍ଧୁକ। ସେହିଭଳି ବାଲେଶ୍ୱର ଖନ୍ତାପଡ଼ାରେ ଅଷ୍ଟମ ଶ୍ରେଣୀ ପିଲା ହାତରେ ମଧ୍ୟ ଦେଖିବାକୁ ମିଳିଥିଲା ଗନ୍। ସେପଟେ ଫୁଲବାଣୀରେ ସରସ୍ୱତୀ ପୂଜାରେ ପିଲା ନିଶାଗ୍ରସ୍ତ ହେବା ଘଟଣା ବି ଚିନ୍ତିତ କରିଥିଲା ସଭ୍ୟ ସମାଜକୁ। 

ଏଠି ପ୍ରଶ୍ନ- କାହିଁକି କୁନିକୁନି ପିଲାଙ୍କ ଭିତରେ ବଢୁଛି ଅପରାଧ ପ୍ରବଣତା ? ପାଠପଢିବା ବୟସରେ କାହିଁକି ହିଂସା ପଥରେ ସ୍କୁଲ୍ ପିଲା ? କେଉଁଠି ରହୁଛି ସଚେତନତା ଅଭାବ ? ସ୍କୁଲରେ ପିଲାଙ୍କୁ କରାଯାଉଛି ତ କାଉନସେଲିଂ ? ପିଲାଙ୍କ ଆଚରଣ ଓ ଗତିବିଧି ଉପରେ ନଜର ରଖୁଛନ୍ତି ତ ଅଭିଭାବକ?

Odisha News Crime Odisha Odisha School News
Advertisment
Advertisment