/odishatv-khabar/media/post_attachments/uploadimage/library/16_9/16_9_0/constable_1626687596.jpg)
constable
ଭଦ୍ରକ : ପୁଲିସ ଘରେ ପ୍ରେମ କାହାଣୀ। ଦୁଇ କନଷ୍ଟେବଳଙ୍କ ମଧ୍ୟରେ ଭାବ ଦିଆନିଆ । ପ୍ରଥମେ ଲଭ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଆଉ ତା ପରେ ଧୋକା। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରେମିକା ଜଣକ ଜଣେ ମହିଳା କନଷ୍ଟେବଳ ଓ ଧୋକା ଦେଇଥିବା ପ୍ରେମିକ ଜଣକ ଜଣେ ପୁରୁଷ କନଷ୍ଟେବଳ । ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଏତଲା ଦିଆଯାଇଛି । ଏହି ଆଧାରରେ ଏବେ ସଂପୃକ୍ତ ପ୍ରେମିକ କନଷ୍ଟେବଳ ଜଗତପତି ହାଁସଦାଙ୍କୁ ପୁଲିସ୍ ଗିରଫ କରିଛି।
ସୂଚନା ଅନୁଯାୟୀ, କନେଷ୍ଟବଳ ଜଣକ ତଳ ବ୍ୟାଚର ମହିଳା କନେଷ୍ଟବଳଙ୍କୁ ପ୍ରେମ କରୁଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ତାପରେ ସେ ପ୍ରେମିକା କନେଷ୍ଟବଳଙ୍କୁ ଧୋକା ଦେଇଥିଲେ । ଏନେଇ ମହିଳା କନଷ୍ଟେବଳଙ୍କ ଅଭିଯୋଗ ପରେ ଟାଉନ ପୁଲିସ ଅଭିଯୁକ୍ତ କନେଷ୍ଟବଳ ଜଗତପତି ହାଁସଦଙ୍କୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇଛି। ଅଭିଯୁକ୍ତ କନେଷ୍ଟବଳକୁ ଗିରଫ ପରେ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଭଦ୍ରକ ଟାଉନ ପୁଲିସ 385/ 19 ମାମଲା ରୁଜୁ କରି ଦଫା 376(1), 493, 417,312, 506 ଲଗାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)