Advertisment

ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ : ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର। ଉଛୁଳି ପଡୁଛି ବଡ଼ଦାଣ୍ଡ। ଜଗନ୍ନାଥ ନାମ ସାଙ୍ଗକୁ ଭଜନ କୀର୍ତ୍ତନରେ ବିଭୋର ହୋଇଛନ୍ତି ଭକ୍ତ। ବିଶ୍ୱ ନିୟନ୍ତାଙ୍କ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଥିଲେ ବ୍ୟଗ୍ର। ପ୍ରଥମେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି। ଏହା ସରିବା ମାତ୍ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ। ତା’ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ କରି ରତ୍ନବେଦୀରୁ ଓହ୍ଲାଇ ଆସିଥିଲେ ତିନି […]

author-image
Pradesh Pratyush
ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତି

saradha balire

ପୁରୀ : ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର। ଉଛୁଳି ପଡୁଛି ବଡ଼ଦାଣ୍ଡ। ଜଗନ୍ନାଥ ନାମ ସାଙ୍ଗକୁ ଭଜନ କୀର୍ତ୍ତନରେ ବିଭୋର ହୋଇଛନ୍ତି ଭକ୍ତ। ବିଶ୍ୱ ନିୟନ୍ତାଙ୍କ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଥିଲେ ବ୍ୟଗ୍ର। ପ୍ରଥମେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି। ଏହା ସରିବା ମାତ୍ରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଆସିଥିଲେ ଚକ୍ରରାଜ ସୁଦର୍ଶନ। ତା’ପରେ ଧାଡ଼ି ପହଣ୍ଡିରେ ଜଣକ ପରେ ଜଣେ କରି ରତ୍ନବେଦୀରୁ ଓହ୍ଲାଇ ଆସିଥିଲେ ତିନି ଠାକୁର।

Advertisment

ଦେବୀ ସୁଭଦ୍ରା ସେବାୟତଙ୍କ କାନ୍ଧରେ ପହଣ୍ଡି ହୋଇ ଆସିଲେ। ତା’ପରେ ଟାହିଆ ହଲାଇ ବଡ଼ ଠାକୁର ବଳଭଦ୍ର ଓ ପ୍ରିୟ କାଳିଆ ଠାକୁର ରଥାରୁଢ଼ ହୋଇଥିଲେ। ରଥାରୁଢ଼ ବେଳର ଦୃଶ୍ୟ ଥିଲା ବେଶ୍‌ ଆକର୍ଷଣୀୟ। ଭଗବାନଙ୍କୁ ପାଖରେ ପାଇ ଭକ୍ତ ଭାବବିହ୍ୱଳ ହୋଇପଡ଼ି ଥିଲେ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ତା’ପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରାପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ରାଜ ନୀତି ଅନୁଯାୟୀ ବନ୍ଦାପନା କରିଥିଲେ ଗଜପତି। ଛେରାପହଁରା ସରିବା ମାତ୍ରେ ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଥିଲେ ଭକ୍ତ। ଏହାପରେ ଦେବଦଳନ ରଥ ଟଣାଯାଇଥିଲା। ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଟାଣି ନେଇଥିଲେ ଭକ୍ତ। ନିର୍ଦ୍ଧାରିତ ସମୟରେ ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା।

Advertisment

ରଥଯାତ୍ରା ପାଇଁ ଏଥର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତିନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ଶେଷ ହୋଇଥିଲା। ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ପାଇଁ ପୁରୀରେ ନିୟୋଜିତ ହୋଇଛନ୍ତି ୧୦ ହଜାର ପୁଲିସ। ହଜାରେ ଅଫିସର ଓ ୧୪୨ପ୍ଳାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Rathyatra Right
Advertisment
Advertisment