/odishatv-khabar/media/post_attachments/uploadimage/library/16_9/16_9_0/lord-jagannath-1_1624790902.jpg)
lord jagannath
ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି ହେବ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଅନୁମାନ କରାଯାଉଛି କି ସୁନା ବେଶରେ ବ୍ୟବହୃତ ହେବାକୁ ଥିବା କିଛି ସୁନା ଅଳଙ୍କାର ବି ମରାମତି ହୋଇପାରେ । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ ।ରାଜରାଜେଶ୍ୱର ବେଶ ପୂର୍ବରୁ ଏହି ମରାମତି କାମ ସରିବ । ୪ ଜଣ ଅଭିଜ୍ଞ ସୁନା କାରିଗର ଆଗାମୀ ଦଶମୀ କିମ୍ବା ଏକାଦଶୀ ତିଥିରୁ ଏହି ମରାମତି କାର୍ଯ୍ୟ ଆରମ୍ଭ କରିବେ ।
ସେପଟେ ରଥ ଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ସମୟ ପୂର୍ବରୁ ସବୁ କାମ ସାରିବା ପାଇଁ ଲାଗି ପଡ଼ିଛନ୍ତି ମହାରଣା ସେବାୟତ । କୋଭିଡ୍ କଟକଣା ଭିତରେ ସେମାନଙ୍କୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ସୁରକ୍ଷା କଥା ମଧ୍ୟ ପ୍ରଶାସନ ପକ୍ଷରୁ ବୁଝାଯାଉଛି ।
ତେବେ ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇସାରିଛି ନୀତି ନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଶ୍ରୀଗୁଣ୍ଡିଚା ଦିନ ସକାଳ ୮ଟାରେ ରଥ ପ୍ରତିଷ୍ଠା ଏବଂ ସକାଳ ୮ଟା ୩୦ରେ ମହାପ୍ରଭୁଙ୍କ ପହଣ୍ଡି କରାଯିବ । ଦିନ ୨ଟାରେ ଛେରା ପହଁରା ପରେ ଅପରାହ୍ଣ ୩ଟାରେ ରଥଟଣା ହେବ । ବାହୁଡ଼ା ଦିନ ୧୨ଟାରୁ ୨ଟା ୩୦ ପହଣ୍ଡି ଏବଂ ୪ଟାରେ ରଥ ଟଣା ହେବ ।
ସେହିପରି ସୁନାବେଶ ଦିନ ଅପରାହ୍ଣ ୪ଟାରୁ ୫ଟା ୩୦ ମଧ୍ୟରେ ସୁନାବେଶ ସହ ରାତି ୧୧ରୁ ୧୨ଟା ମଧ୍ୟରେ ବେଶ ଓଲାଗି ହେବ। ଅଧରପଣା ଦିନ ରାତି ୮ଟା ସୁଦ୍ଧା ଶେଷ ହେବ ଅଧରପଣା ନୀତି । ଶେଷରେ ନୀଳିଦ୍ରିବିଜେ ଦିନ ଅପରାହ୍ନ ୪ଟାରୁ ନୀଳାଦ୍ରିବିଜେ ପହଣ୍ଡି ଆରମ୍ଭ ହେବ ଏବଂ ରାତି ୧୦ଟାରେ ଶେଷ କରିବାକୁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି ।
ସେପଟେ ବ୍ରହ୍ମଗିରି ଅଲାରନାଥଙ୍କ ଅନବସର ଦର୍ଶନର ତୃତୀୟ ଦିନରେ ସ୍ୱତନ୍ତ୍ର ଭାବେ ଚାଲିଛି ପୂଜାର୍ଚ୍ଚନା । କରୋନା କଟକଣା ଭିତରେ ଅଳ୍ପ ସେବାୟତଙ୍କୁ ନେଇ ଚାଲିଛି ଠାକୁରଙ୍କ ନୀତିକାନ୍ତି । ବିଶେଷ କରି ଦୁର୍ଲଭ କ୍ଷୀରି ଭୋଗ ଅପରାହ୍ନ ୨ଟାରେ ହେବ । କରୋନା କଟକଣା ଯୋଗୁଁ ଅଲାରନାଥଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)