Advertisment

ବାରିପଦାରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ […]

author-image
Minati Mishra
ବାରିପଦାରେ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

111

ବାରିପଦା: ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାରିପଦାର ହରିବଳଦେବଜୀଉ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି। ଭୋର ୪ଟାରୁ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା

Advertisment

ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କ ଫୁଲ ଚୁଳିଆ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା।

ଏହାପରେ ଠାକୁରଙ୍କ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ଅବକାଶ ନୀତି ପରେ ଭକ୍ତମାନଙ୍କ ଶାହାଣମେଳା ଦର୍ଶନ କରାଯାଇଥିଲା। ଶଙ୍ଖ ଓ ହୁଳହୁଳିର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ବାରିପଦାର ହରିବଳଦେବଜୀଉ ମନ୍ଦିର।

Advertisment

ଆଜି ସଂନ୍ଧ୍ୟାରେ ପୁନେଇ ଚୁଳି ବେଶ ହେବା ପରେ ଗଜ ବେଶ ହେବାର ପରମ୍ପରା ରହିଛି। ଝିପି ଝିପି ବର୍ଷା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

Rathyatra Right
Advertisment
Advertisment