Advertisment

ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ଲେଖି ଆପତ୍ତି ଜଣାଇଛନ୍ତି ପ୍ରଦୀପ୍ତ। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ କରି ନିର୍ବାଚନ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ […]

ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ଚିଠି

pradipta-nayak

Advertisment

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରର ବେଆଇନ ନିର୍ବାଚନ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ଲେଖି ଆପତ୍ତି ଜଣାଇଛନ୍ତି ପ୍ରଦୀପ୍ତ। ବେଆଇନ ଭାବେ ଓଡ଼ିଶା ଭିତରେ ଆନ୍ଧ୍ର ପ୍ରଦେଶ କରି ନିର୍ବାଚନ କରିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲାପ୍ରଶାସନ ନିର୍ବାଚନ କରିଛି।  ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି। ଏହା ସାମ୍ବିଧାନିକ ସଂକଟ ବୋଲି ଚଠିରେ ଦର୍ଶାଇଛନ୍ତି ବିରୋଧୀ ଦଳ ନେତା।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ସହମତି ପରେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାକୁ ଆନ୍ଧ୍ର ଅବମାନନା କରିିଛି। ଏହାଛଡ଼ା କୋଟିଆକୁ ଓଡ଼ିଶାର ଦର୍ଶାଇ ବିରୋଧୀ ଦଳ ନେତା ସିଧା ଲେଖିଛନ୍ତି ଯେ ଏହା ଓଡ଼ିଶାର, କିନ୍ତୁ କୋଟିଆ ନେଇ ଆନ୍ଧ୍ର ଯେଉଁ ଦାବି କରୁଛି ଅମୂଳକ।

Advertisment

୧ ଏପ୍ରିଲ ୧୯୩୬ରୁ କୋଟିଆ ଓଡ଼ିଶାର ବୋଲି ସେ ଚିଠିରେ ଲେଖିଛନ୍ତି। ୧୯୩୬ ମାର୍ଚ୍ଚ ୧୯ରେ ପ୍ରକାଶ ପାଇଥିବା ଭାରତ ସରକାରଙ୍କ ଗେଜେଟ୍ ନୋଟିଫିକେସନ ପ୍ରସଙ୍ଗ ବି ସେ ଉଠାଇଛନ୍ତି। ଏତେ ପରେ ବି କୋଟିଆକୁ ଆନ୍ଧ୍ର ନିଜର ବୋଲି ଦାବି କରିବା ଯଥାର୍ଥ ନୁହେଁ। ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ବୋଲି ଜଗନ ମୋହନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ।

କଥାରେ ଅଛି କଅଁଳ ଲୁହାକୁ ଉଈ ଖାଏ ବୋଲି। ସେଇଆ ହିଁ ହେଉଛି। ଆମ ସରଳତା କୁହନ୍ତୁ କି ବ୍ୟବସ୍ଥାର ନିକମାପଣ ପାଇଁ ସୀମାରେ ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଚାଲିଛି ଆନ୍ଧ୍ର। ଆମ ଗାଁ ନାଁକୁ ବଦଳେଇ ନୂଆ ନାଁ ଦେଉଛି, ସରକାରୀ ସ୍କୁଲ ବନେଇ ଓଡ଼ିଆ ପିଲାଙ୍କୁ ତେଲଗୁ ପାଠ ପଢ଼ାଉଛି।  ଏମିତିକି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାଁରେ ଥିବା ଜମି ଉପରେ ଦୀର୍ଘ ବର୍ଷ ଧରି ଆନ୍ଧ୍ରର ସରକାରୀ ସ୍କୁଲ ଚାଲିଛି। ହେଲେ ଆମ ସରକାର କିନ୍ତୁ ନିଦା ବିଷ୍ଣୁ।

Advertisment

ବର୍ତ୍ତମାନ ସମୟରେ, ଚର୍ଚ୍ଚାରେ ଥିବା ଏମ୍ପିୟୁପି ସ୍କୁଲ ଏବେ ଯେଉଁଠାରେ ଅଛି, ତାହା ଓଡ଼ିଶା ସରକାରଙ୍କ ରେକର୍ଡ କହୁଛି ସେହି ସ୍ଥାନଟି ଗଜପତି ଜିଲ୍ଲା କାଶୀନଗର ତହସିଲ ହାହୁଭାଙ୍ଗି ମୌଜାର ଖତିଆନ୍ ନମ୍ବର ୮୨ରେ ଥିବା ୮୧୩ ନମ୍ବର ପ୍ଲଟ୍। ଆଉ ଯାହାର ମାର୍ଫତଦାତା ହେଉଛନ୍ତି ଉତ୍କଳପ୍ରଦେଶର ଅନ୍ୟତମ ବିନ୍ଧାଣୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ହେଲେ ଏଠି କିନ୍ତୁ ଦୀର୍ଘବର୍ଷ ଧରି ରାଜ କରୁଛି ଆନ୍ଧ୍ର। ହାଡୁଭାଙ୍ଗି ମୌଜାର ଏକ ଅଞ୍ଚଳକୁ କୌଶଲ୍ୟାପୁର ବୋଲି ଦର୍ଶାଇ, ଖୋଦ୍ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜମିକୁ ଭୋଗଦଖଲ କରି ୧୯୫୫ ମସିହାରୁ ଏଠି ସ୍କୁଲ ଚଳାଇ ଆସୁଛନ୍ତି ଆନ୍ଧ୍ର ସରକାର।

ଉତ୍କଳ ସମ୍ମିଲନୀର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୧୯୭୪ରେ ରେକର୍ଡ ପ୍ରକାଶିତ ହେବା ବେଳେ ଏପରି ସ୍ଥିତି ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ହୋଇନାହିଁ। ସେ ଜମି ଓଡ଼ିଶା ସରକାରଙ୍କର, ତେଣୁ ସେଥିରେ ଆନ୍ଧ୍ରର କୌଣସି ଅଧିକାର ନାହିଁ।

ତେବେ ଖାଲି କୋରାପୁଟର କୋଟିଆ କି ଗଜପତି ନୁହେଁ, ରାଜ୍ୟର ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟମାନଙ୍କ ସହ ସୀମା ନେଇ ବିବାଦ ରହିଥିବା ବିଧାନସଭାରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। ଗତକାଲି ଏ ସଂପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଚେଷ୍ଟା ଚାଲିଛି। କିନ୍ତୁ ଗୋଟିଏ ପରେ ଗୋଟିଏ ଦାଦାଗିରି ଏବେ ସାମ୍ନାକୁ ଆସିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ