Advertisment

ଜୁଲାଇରେ ହଟିବ କି କରୋନା କଟକଣା ? ସୂଚନା ଦେଲେ ଡିଏମଇଟି

ଭୁବନେଶ୍ୱର: ଜୁନ୍‌ ସରିବାକୁ ଆଉ ୨ ଦିନ ବାକି। ଜୁନ୍‌ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା  ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି…

author-image
Minati Mishra
ଅଦ୍ୟତନ ହୋଇଛି
ଜୁଲାଇରେ ହଟିବ କି କରୋନା କଟକଣା ? ସୂଚନା ଦେଲେ ଡିଏମଇଟି

DMET cbk mohanty

ଭୁବନେଶ୍ୱର: ଜୁନ୍‌ ସରିବାକୁ ଆଉ ୨ ଦିନ ବାକି। ଜୁନ୍‌ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଏପରି ସ୍ଥିତିରେ ଲକ୍‌ଡାଉନ ହଟିବ ନା କୋହଳ ହେବ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

Advertisment

ଡକ୍ଟର ସିବିକେ ମହାନ୍ତି କହିଛନ୍ତି, ଟ୍ରେଣ୍ଡକୁ ଦେଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍ ଉଠିବ ନିଷ୍ପତ୍ତି ନିଆଯିବ। ୫ ପ୍ରତିଶତ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇପାରେ। ଲୋକଙ୍କ ବ୍ୟବହାର, ଟିପିଆର୍, କେତେ ସଂକ୍ରମିତ ହେଉଛନ୍ତି ସେସବୁ ଦେଖାଯିବ। ଏସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ।

ସେ କହିଛନ୍ତି, ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିଛି । ଦେବଗଡ଼ର ଡେଲ୍‌ଟା ପ୍ଲସ ଚିହ୍ନଟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ସଂପୃକ୍ତ ବ୍ୟକ୍ତି ଏପ୍ରିଲରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଡେଲ୍ଟା ପ୍ଲସ କି ନାହିଁ ତଦନ୍ତ ଚାଲିଛି।  ଦେବଗଡ଼ରେ ଟିପିଆର୍ କମ୍ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍। ତେଣୁ ସଂପୃକ୍ତ ବ୍ୟକ୍ତି କାହାରିକୁ ସଂକ୍ରମିତ କରିଥିବେ ବୋଲି କହିହେଉ ନାହିଁ।

Advertisment

ସେ ଆହୁରି କହିଛନ୍ତି,  କିଛି ଜିଲ୍ଲାରେ ସଂକ୍ରମଣ ବଢୁଛି, ଅନ୍ୟ କିଛି ଜିଲ୍ଲାରେ କମୁଛି । ମହାମାରୀ ସମୟରେ ଏକା ସଙ୍ଗେ ସଂକ୍ରମଣ ଥମିବ ବୋଲି ପୂର୍ବରୁ କେବେ ଦେଖା ଯାଇନାହିଁ । ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ଜିଲ୍ଲା ଉପରେ ଧ୍ୟାନ ଦିଆଯାଉଛି । ସାମଗ୍ରିକ ଭାବେ ଜିଲ୍ଲାରେ ସଂକ୍ରମଣ କମିବାରେ ଲାଗିଛି । ତେବେ ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯାଆସ ନିୟମିତ ହେଉଛି। ଫଳରେ ଏସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି।

ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଅଧିକ ସଂକ୍ରମଣ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଉଛି  ବୋଲି ଡିଏମଇଟି କହିଛନ୍ତି ।

ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ବର୍ତ୍ତମାନ ସଂକ୍ରମଣ ଆହୁରି କମିବା କଥା। କାହିଁକି କମୁନି ବିଚାର ଚାଲିଛି। କେଉଁ ଜିଲ୍ଲାରେ ସ୍ଥିତି କେମିତି ତାକୁ ଦେଖି କଟକଣା ନିଷ୍ପତ୍ତି ନିଆଯିବ।
୪ରୁ ୫ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି, ସଚେତନ ହେଲେ ରୋକିପାରିବା ସେ କହିଛନ୍ତି, ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଉଛି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ଅଧିକ କରି ଟ୍ରାନ୍‌ସମିସନ ଚେନ୍ ବ୍ରେକ କରିବାକୁ ଯୋଜନା ହୋଇଛି ବୋଲି ସେ କହିଛନ୍ତି।

Odisha Unlock
Advertisment
Advertisment