Advertisment

ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ହୋଇପାରେ ଲକ୍‌ଡାଉନ୍: DMET ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଆବଶ୍ୟକ ନାହିଁ। କିନ୍ତୁ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଲକ୍‌ଡାଉନ୍ କରାଯାଇପାରେ। ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି। ବିଟ୍ରେନ୍ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କଟକଣା ଜାରି ହୋଇଛି। ହେଲେ ଓଡ଼ିଶା ରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦି ଆବଶ୍ୟକ ପଡ଼େ ପୂର୍ବ ଭଳି କଟକଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡିଏମ୍ଇଟି […]

author-image
Rajalaxmi Sahoo
ଆବଶ୍ୟକ ପଡ଼ିଲେ ଓଡ଼ିଶାରେ ହୋଇପାରେ ଲକ୍‌ଡାଉନ୍: DMET ନିର୍ଦ୍ଦେଶକ

lockdown

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ସ୍ଥିତିରେ ଲକ୍‌ଡାଉନ୍‌ ଆବଶ୍ୟକ ନାହିଁ। କିନ୍ତୁ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଲକ୍‌ଡାଉନ୍ କରାଯାଇପାରେ। ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି।

Advertisment

ବିଟ୍ରେନ୍ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କଟକଣା ଜାରି ହୋଇଛି। ହେଲେ ଓଡ଼ିଶା ରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଯଦି ଆବଶ୍ୟକ ପଡ଼େ ପୂର୍ବ ଭଳି କଟକଣାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଦୋହରାଇଛନ୍ତି।

ବର୍ତ୍ତମାନ ପରିସ୍ଥିତିକୁ ନେଇ ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ କୋଭିଡ୍ କେସ୍ ସଂଖ୍ୟା କମୁଛି। ତେଣୁ ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ। ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି। ଲୋକେ ନିଜେ ସଚେତନ ରହିଲେ ଲକ୍‌ଡାଉନ୍‌କୁ ଏଡ଼ାଇ ହେବ। ସର୍ଭେଲାନ୍ସ ଟିମ୍ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

Advertisment

ଅନ୍ୟପକ୍ଷରେ, ଦେଶରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟାରେ  ନୂଆ ୧୩ ହଜାର ୯୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଗତ ୨୨ ଦିନରେ ସର୍ବାଧିକ। ଗତ ଜାନୁଆରୀ ୨୯ରେ ୧୮ ହଜାର ୮୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ହେଲେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସେହିପରି ଗତ ୨୪ ଘଣ୍ଟାରେ ୧୦୧ ଜଣଙ୍କ ମୃତ୍ୟୁ ହୋଇଛି।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ସରକାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନା କେସ୍ ପୁଣିଥରେ ବଢ଼ିବାର ଆଶଙ୍କା କରି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍‌ କମିଶନର‌, ପୋଲିସ୍‌ କମିଶନର, ସମସ୍ତ ଡିସିପି ଓ ଏସ୍‌ପିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି।

Lockdown Odisha
Advertisment
Advertisment