Advertisment

ରାଜ୍ୟର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ କି କରୋନା ?

ପୁଣି ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି

author-image
Sarbeswar
ରାଜ୍ୟର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ କି କରୋନା ?

corona

  • କରୋନାର ଦ୍ରୁତ ସଂକ୍ରମଣ ଯୋଗୁ ପୁଣି ଫେରିଛି କଟକଣା
  • ସଂକ୍ରମଣ ରୋକିବାରେ କେତେ ସହାୟ ହେବ ସରକାରଙ୍କ ପଦକ୍ଷେପ ?
  • ରାଜ୍ୟର ଅର୍ଥନୀତି ଉପରେ କଣ ରହିବ ପ୍ରଭାବ ?
  • କ୍ଷୁଦ୍ର ବ୍ୟବସାସୀମାନେ କରୋନା କଟକଣା ଦ୍ୱାରା ପ୍ରଭାବିତ ହେବେନି ତ ?
Advertisment

ଭୁବନେଶ୍ୱର: ଏପ୍ରିଲ ୧୭ରୁ ୧୦ ଜିଲ୍ଲାରେ ୱିକେଣ୍ଡ ସଟଡାଉନ୍‌। କାଲିଠୁ ସାରା ରାଜ୍ୟରେ ଲାଗିବ ନାଇଟ୍ କର୍ଫ୍ୟୁ କଟକଣା ଲାଗିବ। କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଯୋଗୁ ପୁଣି ଫେରିଛି କଟକଣା। ତେବେ ସଂକ୍ରମଣ ରୋକିବାରେ କେତେ ସହାୟକ ହେବ ସରକାରଙ୍କ ପଦକ୍ଷେପ? ରାଜ୍ୟର ଅର୍ଥନୀତି ଉପରେ କଣ ରହିବ ଏହାର ପ୍ରଭାବ? ଖାସ୍ କରି କ୍ଷୁଦ୍ର ବ୍ୟବସାସୀମାନେ ଏହା ଦ୍ୱାରା ପ୍ରଭାବିତ ହେବେନି ତ ? ଏବେ ଏସବୁକୁ ନେଇ ଚାଲିଛି ଚର୍ଚ୍ଚା।

ପୁଣି ଚିନ୍ତାରେ ବ୍ୟବସାୟୀ। ପ୍ରଭାବିତ ହେବନି ତ ଜୀବନଜୀବିକା? କେମିତି ଚାଲିବ ଚୁଲା ଚକି ? ଶନିବାରଠାରୁ ଆରମ୍ଭ ହେବାକୁ ଥିବା ସପ୍ତାହନ୍ତ ସଟଡାଉନ ଓ ନାଇଟ୍ କର୍ଫ୍ୟୁକୁ ନେଇ ଏମିତି ଆଶଙ୍କା ଭିତରେ ରାଜ୍ୟର ବ୍ୟବସାୟୀମାନେ ଅଛନ୍ତି। ସମୁଦାୟ ବର୍ଷେ ଧରି ବ୍ୟବସାୟ ଠପ୍ ରହିବା ପରେ ଅଣ୍ଟା ସଳଖି ଠିଆ ହୋଇଛନ୍ତି ନା ନାହିଁ ପୁଣି ସାଂଘାତିକ ମାଡ଼ ମାରିଛି କରୋନାର ଦ୍ୱିତୀୟ ଲହର। ମାତ୍ର ଦିନ କେଇଟାରେ ସ୍ଥିତି ଏତେ ସାଂଘାତିକ ଓ ଭୟାନକ ହୋଇଛି ଯେ କଟକଣାକୁ କଡ଼ାକଡ଼ି କରିବା ବ୍ୟତିତ ଅନ୍ୟ ବିକଳ୍ପ ବି ସରକାରଙ୍କ ପାଖରେ ନାହିଁ। ତେବେ ଏହାଦ୍ୱାରା ସେମାନଙ୍କ କାରବାର ପୁଣି ପ୍ରଭାବିତ ହେବ ବୋଲି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ଆଶଙ୍କା କରିଛନ୍ତି।

Advertisment

ସରକାରଙ୍କ ପଦକ୍ଷେପ ବ୍ୟବସାୟୀଙ୍କ ଚିନ୍ତା ବଢାଇଥିଲେ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ଅର୍ଥନୀତି ବିଶାରଦ ଓ ବ୍ୟବସାୟୀ ସଂଘ। ଅର୍ଥନୀତିଜ୍ଞଙ୍କ ମତରେ, ଏବେକାର ସ୍ଥିତିକୁ ଦେଖି ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି। ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରଖି ସରକାର ପଦକ୍ଷେପ ନେଇଛନ୍ତି। ସେହିପରି ବ୍ୟବସାୟୀ ସଂଘ କହିଛି, ଏହା ଏକ ଉତ୍ତମ ନିଷ୍ପତ୍ତି ଓ ସମସ୍ତେ ଏହାକୁ ମାନିବା ଉଚିତ। ଯେଉଁ ଜିଲ୍ଲାରେ ସନ୍ଧ୍ୟା ୬ରୁ କର୍ଫ୍ୟୁ ଲାଗିବ ସେଠାରେ ବ୍ୟବସାୟ ପ୍ରଭାବିତ ହୋଇପାରେ। ମାତ୍ର ଯେଉଁସବୁ ଜିଲ୍ଲାରେ ରାତି ୯ରୁ କର୍ଫ୍ୟୁ ଲାଗିବ ସେଠାରେ ବିଶେଷ ଅସୁବିଧା ହେବନି ବୋଲି ସଂଘ କହିଛି।

ୱିକେଣ୍ଡ ସଟଡାଉନ୍‌ ହେଉ କି ନାଇଟ୍ କର୍ଫ୍ୟୁ କଟକଣା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ପ୍ରଭାବିତ ହେବେ ନିଶ୍ଚୟ। ହେଲେ ବେଶି ପ୍ରଭାବ ପକାଇପାରେ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବା, ଖାସ୍ କରି ବାଣିଜ୍ୟ ରାଜଧାନୀ ମୁମ୍ବାଇ ବିଗୁଡୁଥିବା ସ୍ଥିତି। ଯାହାର ପ୍ରଭାବ ସେଠିକାର ଶିଳ୍ପ ଓ ପୁରା ଦେଶକୁ ପ୍ରଭାବିତ କରିପାରେ ବୋଲି ବିଭିନ୍ନ ବିଶେଷଜ୍ଞ ଆକଳନ କଲେଣି।

COVID-19 Guidelines
Advertisment
Advertisment