Advertisment

ହେଲମେଟ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ

ଯାଜପୁର (ଅଭୟ ପତି) : ହେଲ୍‌ମେଟ୍‌ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି। ଯାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନାରୁ ପ୍ରକାଶ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଏବଂ ତାଳଚେରକୁ ସଂଯୋଗ […]

author-image
Pradesh Pratyush
ହେଲମେଟ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ

helmet2

ଯାଜପୁର (ଅଭୟ ପତି) : ହେଲ୍‌ମେଟ୍‌ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି। ଯାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

Advertisment

publive-imageସୂଚନାରୁ ପ୍ରକାଶ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଏବଂ ତାଳଚେରକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଛି। ଯାହାଫଳରେ ଅନେକ ଦୁର୍ଘଟଣାରେ  ଘଟୁଛି। କିଛିଦିନ ପୂର୍ବେ ଉକ୍ତ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।

publive-imageକଳିଙ୍ଗନଗର ଥାନା ତାଳଜଙ୍ଗା ଗାଁର ଏକ ଦମ୍ପତି ବାଇକ୍‌ରେ ଯାଉଥିଲେ। ପଙ୍କପାଳ ବଙ୍ଗଳା ଛକ ନିକଟରେ ସେମାନଙ୍କ ଉପରେ ଏକ ଆଇରନ୍‌ ବୋଝେଇ କ୍ରୋମାଇଟ୍‌ ଡମ୍ପର ଓଲଟି ପଡ଼ିଥିଲା। ଆଉ ଡମ୍ପର ତଳେ ଚାପି ହୋଇଯାଇଥିଲେ ଦମ୍ପତି। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ରୋମାଇଟ୍‌ ତଳୁ ଉଦ୍ଧାର କରି ଥିଲେ।

Advertisment

ବାରମ୍ବାର ଏନେଇ ଅଭିଯୋଗ ପରେବି କୌଣସି ପଦକ୍ଷେପ ନିଆନଯିବାରୁ। ଆଜି ଏଭଳି ପ୍ରତିବାଦ ପ୍ରଦର୍ଶନ କରିଥିଲେ ସଚେତନ ନାଗରିକ ମଞ୍ଚ।

Advertisment
Advertisment