kalaisingpur
କଲ୍ୟାଣସିଂହପୁର(ମାଉଡ଼ି ବାରିକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଦେଖା ଦେଇଥିବା ଶ୍ରମିକ ଅଶାନ୍ତି ଶାନ୍ତ ହୋଇଛି। ଗତରାତିରେ ଏସ୍ପି ବାତୁଲ ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଶ୍ରମିକ ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା ପରେ ପରିସ୍ଥିତିରେ ସୁଧାର ଆସିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
ଗତକାଲି ବିଭିନ୍ନ ଦାବି ନେଇ ବେଦାନ୍ତ ଆଲୁମିନା ପ୍ଲାଣ୍ଟ ପରିସରରେ ଶ୍ରମିକଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଏହାକୁ ସୁରକ୍ଷାକର୍ମୀମାନେ ରୋକିବାକୁ ଚେଷ୍ଟା କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଶ୍ରମିକମାନେ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ସଂଘର୍ଷ ହେବାରୁ ଜଣେ ଶ୍ରମିକ ଓ ଅନ୍ୟ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୩୦ରୁ ଅଧିକ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalaising-12_1626758474.jpg)