/odishatv-khabar/media/post_attachments/uploadimage/library/16_9/16_9_0/brsha_1626341883.jpg)
barsha
ଭୁବନେଶ୍ୱର: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ନୂଆ ଭିଡିଓ ଟିଭିସି ପ୍ରସ୍ତୁତ ହୋଇଛି। ଗତକାଲି ରାଜଧାନୀର ଏକ ତାରକା ହୋଟେଲରେ ଏହାର ଲୋକାର୍ପଣ କରାଯାଇଛି। ଏହି ବିଜ୍ଞାପନରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ପ୍ରତ୍ୟେକ ଉତ୍ସବରେ ନାରୀ ସହିତ ଗହଣାର ସଂପର୍କ ଦେଖିବାକୁ ମିଳିବ।
Advertisment
ଲାଲ୍ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଂଜୟ ହଂସଙ୍କ ଦ୍ୱାରା ପ୍ରସ୍ତୁତ ଏହି ଟିଭି କମର୍ସିଆଲ୍ରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଲିଉଡ୍ର ବିଶିଷ୍ଟ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏହାର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ଲାଲ୍ଚାନ୍ଦ ଜୁଏଲର୍ସର ନିର୍ଦ୍ଦେଶକ କିଶନଲାଲ ଗୁପ୍ତା ଏହାର ଉନ୍ମୋଚନ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)