/odishatv-khabar/media/post_attachments/uploadimage/library/16_9/16_9_0/de_1626692665.jpg)
de
ସୋର: ଭୁଲ୍ ଇଞ୍ଜେକ୍ସନରୁ ଯୁବତୀଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଆସିଛି ବାଲେଶ୍ୱର ଜିଲା ସୋରରୁ । ସୋରର ଅଡ଼ଙ୍ଗ ବଜାରରେ ଥିବା ଏକ ଘରୋଇ କ୍ଲିନିକରେ ଇଞ୍ଜେକସନ୍ ନେଇ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର। ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ବାଗୁଡ଼ିର ଏହି ଯୁବତୀ କ୍ଲିନିକକୁ ଆସିଥିଲେ।
Advertisment
ଡାକ୍ତର ଲେଖିଥିବା ଇଞ୍ଜେକସନ୍କୁ ନିକଟରେ ଥିବା ମେଡିସିନ ଷ୍ଟୋରରୁ ଆଣି ତାଙ୍କୁ ଦିଆଯାଇଥିଲା। କ୍ଲିନିକରେ ଇଞ୍ଜେକସନ୍ ଦିଆଯିବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ସମ୍ପୃକ୍ତ ଘରୋଇ କ୍ଲିନିକରେ ପହଞ୍ଚି ତନାଘନା ଚଳାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)