Advertisment

କୋଟିଆ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟରେ କୋଟିଆ ପ୍ରସଙ୍ଗ ରେ  ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍‌କୋର୍ଟ ଦେଇଛନ୍ତି। ଓଡ଼ିଶାକୁ ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି […]

କୋଟିଆ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମ୍‌କୋର୍ଟ

Kotia-12-pm

Advertisment

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟରେ କୋଟିଆ ପ୍ରସଙ୍ଗ ରେ  ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍‌କୋର୍ଟ ଦେଇଛନ୍ତି। ଓଡ଼ିଶାକୁ ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ। ଆନ୍ଧ୍ର ତା ସପକ୍ଷରେ ୪/୫ଟି ଫଟୋ ଦେଖାଉଛି, କିନ୍ତୁ ଆମ ପାଖେ ଆମ ସପକ୍ଷରେ ଆଲବମ୍ ଭର୍ତ୍ତି ଫଟୋ ରହିଛି।

Advertisment

ଓଡ଼ିଶାର ଗାଁରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରାଇଥିବାର ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ପକ୍ଷକୁ ଦୃଢ଼ କରିବା ପାଇଁ କଣ କଣ ତଥ୍ୟ ପ୍ରମାଣ ରଖାଯିବ ତାର ରଣନୀତି ପ୍ରସ୍ତୁତ କରିବାକୁ  ଦିଲ୍ଲୀରେ ଲିଗାଲ ଟିମ୍‌ର ବୈଠକ ବସିଥିଲା। ସେପଟେ ଆନ୍ଧ୍ର ସରକାର କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ୧୯୫୨ ମସିହାରୁ କୋଟିଆର ବିବାଦୀୟ ତିନିଟି ଗାଁରେ ସେମାନେ ନିର୍ବାଚନ କରିଆସୁଛନ୍ତି।

ସତ୍ୟପାଠରେ ଦର୍ଶାଯାଇଛି ଯେ ୧୯୫୨ରୁ କୋଟିଆର ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ନିର୍ବାଚନ ହେଉଛି। ଏସବୁ ଗାଁ ଆନ୍ଧ୍ରର ଆରକୁ ସଂସଦୀୟ କ୍ଷେତ୍ର ଓ ସାଲେରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଉଛି। ଏସବୁ ଗାଁରେ ୨୦୦୬ ଓ ୧୩ରେ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୪ ଓ ୧୯ରେ ସାଧାରଣ ନିର୍ବାଚନ ବେଳେ ଭୋଟ୍ ଗ୍ରହଣ କରାଯାଇଛି।

Advertisment

ଆନ୍ଧ୍ରର ଏହି ଯୁକ୍ତିକୁ କାଉଣ୍ଟର କରିବାକୁ ଓଡ଼ିଶା ରଣନୀତି ପ୍ରସ୍ତୁତ କରିଥିଲା। ମିଳିଥିବା ସୂଚନା ଅନୁସାରେ ୨୦୧୧ ଜନଗଣନା, ୨୦୧୪ ଓ ୧୯ରେ ନିର୍ବାଚନ ତଥ୍ୟ, ଓଡ଼ିଶା ପକ୍ଷରୁ କୋଟିଆରେ କରାଯାଇଥିବା ବିକାଶମୂଳକ କାମ ସଂପର୍କିତ ତଥ୍ୟ ଓଡ଼ିଶା ସରକାର ରଖିଥିଲେ। ଆନ୍ଧ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୩୬ରେ ଓଡିଶା ପ୍ରଦେଶ ଗଠନ ହୋଇଥିଲା ସେଇଦିନଠୁ କୋଟିଆ ଓଡ଼ିଶାର ବୋଲି ରାଜ୍ୟ ସରକାର ମଧ୍ୟ ତଥ୍ୟ ରଖିଥିଲେ। ଏସବୁ ତଥ୍ୟ କୋର୍ଟରେ ଉପସ୍ଥାପନା କରିବା ପରେ ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍‌କୋର୍ଟ ଦେଇଛନ୍ତି

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ