Advertisment

କୋଟିଆ ବୁଲିଲେ କୋରାପୁଟ୍ ସାଂସଦ; ରାଜ୍ୟ ସରକାର ପହଞ୍ଚି ନପାରିବାରୁ ଆନ୍ଧ୍ର ଫାଇଦା ନେଉଛି

କୋରାପୁଟ: କୋଟିଆରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ  ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେ ସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି।   କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି […]

କୋଟିଆ ବୁଲିଲେ କୋରାପୁଟ୍ ସାଂସଦ; ରାଜ୍ୟ ସରକାର ପହଞ୍ଚି ନପାରିବାରୁ ଆନ୍ଧ୍ର ଫାଇଦା ନେଉଛି

saptagiri

Advertisment

କୋରାପୁଟ: କୋଟିରେ ପହଞ୍ଚିଛନ୍ତିକୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା।ଡ଼ିଶା-ନ୍ଧ୍ର ସୀମାନ୍ତ କୋଟିପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ  ଗାଁରେ ଲୋକଙ୍କ ସହ ଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି

Advertisment

କୋଟିବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେଖାଲି ସେତିକି ନୁହେଁ, ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଂଚି ପାରୁନଥିବାରୁ ଆନ୍ଧ୍ରପ୍ରଦେଶ ତାର ଫାଇଦା ନେଉଥିବା ସେମାନେ ଅଭିଯୋଗ କରିଥିଲେ

ସରକାର ତୁରନ୍ତ କୋଟିଆ ଅଂଚଳର ଲୋକଙ୍କ ଜୀବନ ଜୀବିକା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଷୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ କୋରାପୁଟ ସାଂସଦ ସପ୍ତଗିରି ଦାବି କରିଛନ୍ତିଏନେଇ ସପ୍ତଗିରି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସ୍କିମ୍‌ ସବୁ ଲାଗୁହେବ। ତା ଛଡ଼ା ଆମ ଜିଲ୍ଲା ପ୍ରଶାସନ ଓ  ବ୍ଲକ ପ୍ରଶାସନ ତାଙ୍କ କଥା ବୁଝାବୁଝି କରିବା ପାଇଁ ଏକ ଭଲେଣ୍ଟୋରି ରଖାଯାଉ। ଫଳରେ ତାଙ୍କର ସମସ୍ୟା ଜଣାପଡ଼ିବ ଓ ସମାଧାନ କରିହେବ। ସେମାନେ ଏନ୍‌ଆର୍‌ଜିଏସ୍‌ ପେମେଣ୍ଟ ୨୦୧୪୦୧୫ରୁ ଏପର୍ଯ୍ୟନ୍ତ ପାଇ ନାହାନ୍ତି। କିନ୍ତୁ ଆନ୍ଧ୍ର ପ୍ରତି ବୁଧବାର ସେମାନଙ୍କୁ ପେମେଣ୍ଟ ଦେଉଛନ୍ତି ବୋଲି କହିଛନ୍ତି ସପ୍ତଗିରି।

Advertisment

[caption id="attachment_247473" align="aligncenter" width="1002"]publive-image କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ କୋଟିଆ ଭ୍ରମଣ[/caption]

ଅନ୍ୟପଟେ କୋଟିଆରେ ପୁଣି ଆନ୍ଧ୍ରର ସ୍ୱାସ୍ଥ୍ୟ ଶିବିର ଖୋଲି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇଛି ଆନ୍ଧ୍ର ପ୍ରଶାସନ।

Advertisment

ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି। ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି। ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି।

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ