Advertisment

ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଲେ କିନ୍ନର

ମାଲକାନଗିରି( ଜିତେନ୍ଦ୍ର ବେଉରା) : ଇଜ୍ଜତ ସହ ମିଳିଲା ବଂଚିବାର ଅଧିକାର। ସ୍ୱାବଲମ୍ବୀ ହୋଇପାରିଛନ୍ତି କିନ୍ନର ସମାଜ। ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ। ସରକାରଙ୍କ ନିର୍ମଳ ଯୋଜନାରେ ସମସ୍ତ କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ମିଳିଛି । ଜିଲ୍ଲା ପୁଲିସ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପରେ ମେଡିକାଲରେ ନିଯୁକ୍ତି ଦିଆଯାଇଛି। ପ୍ରସୂତି ବିଭାଗର […]

author-image
Pradesh Pratyush
ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ପାଇଲେ କିନ୍ନର

kinner

ମାଲକାନଗିରି( ଜିତେନ୍ଦ୍ର ବେଉରା) : ଇଜ୍ଜତ ସହ ମିଳିଲା ବଂଚିବାର ଅଧିକାର। ସ୍ୱାବଲମ୍ବୀ ହୋଇପାରିଛନ୍ତି କିନ୍ନର ସମାଜ। ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ଏହି ପ୍ରୟାସ। ପ୍ରଥମ ପର୍ଯ୍ୟାୟରେ ୫ କିନ୍ନରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦେଇଛି ଜିଲ୍ଲା ପ୍ରଶାସନ।

Advertisment

publive-imageସରକାରଙ୍କ ନିର୍ମଳ ଯୋଜନାରେ ସମସ୍ତ କିନ୍ନରଙ୍କୁ ସିକ୍ୟୁରିଟି ଗାର୍ଡ ଭାବେ ନିଯୁକ୍ତି ମିଳିଛି । ଜିଲ୍ଲା ପୁଲିସ ତରଫରୁ ସେମାନଙ୍କୁ ପ୍ରଶିକ୍ଷଣ ପରେ ମେଡିକାଲରେ ନିଯୁକ୍ତି ଦିଆଯାଇଛି। ପ୍ରସୂତି ବିଭାଗର ଲେବର ରୁମ ଗେଟ୍‌ରେ ଏମାନେ ନିୟୋଜିତ ହୋଇଛନ୍ତି। ଓ୍ୱାର୍ଡକୁ ସଫାସୁତରା ରଖିବା ନେଇ ରୋଗୀଙ୍କୁ ପରାମର୍ଶ ସହ ଓ୍ୱାର୍ଡର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି କିନ୍ନର।

publive-imageସାମାଜିକ ଅବହେଳାରେ ପେଶି ହୋଇ ଆସୁଛନ୍ତି କିନ୍ନର ସମାଜ। ଅନେକ ସମୟରେ ଏମାନଙ୍କୁ ଲୋକେ ଛିଗୁଲେଇବାକୁ ମଧ୍ୟ ପଛାଉ ନାହାନ୍ତି।  କେତେବେଳେ ସାଜସଜାକୁ ନେଇ ତ ଆଉ କେତେବେଳେ ସେମାନଙ୍କର ତୃତୀୟ ଲିଙ୍ଗକୁ ନେଇ ଲୋକେ  ଥଟ୍ଟା ପରିହାସ କରନ୍ତି। ହେଲେ ବର୍ତ୍ତମାନ ନିଯୁକ୍ତି ପରେ ଏବେ ମିଳିଛି ସମ୍ମାନର ସହ ବଂଚିବାର ରାହା ।

Advertisment

ପୂର୍ବରୁ ଦୋକାନରୁ ଦୋକାନ ଓ ବିଭିନ୍ନ ଛକରେ ତାଳି ମାରି ଟଙ୍କା ମାଗି ଚଳୁଥିବା କିନ୍ନର ଦୁଇ ପଇସା ରୋଜଗାର କରୁଛନ୍ତି । ଏହି କାମ ପାଇଁ ଲୋକେ ସେମାନଙ୍କୁ ସମ୍ମାନ ମଧ୍ୟ ଦେଉଥିବା କହିଛନ୍ତି ନିଯୁକ୍ତି ପାଇଥିବା କିନ୍ନର। ପ୍ରଶାସନର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମଧ୍ୟ ସ୍ୱାଗତ କରିଛନ୍ତି।

Advertisment
Advertisment